ବଲାଙ୍ଗିର,ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ ସମସ୍ତ ବ୍ୟକ୍ତିବିଶେଷଙ୍କ ସୂଚନା ନିମନ୍ତେ ଜମି ଅଧିଗ୍ରହଣ ଥଇଥାନ ଏବଂ ପୁନର୍ବସତିରେ କ୍ଷତିପୂରଣ ଏବଂ ସ୍ଵଚ୍ଛତା ପ୍ରତି ଅଧିକାର ଆଇନ ୨୦୧୩ ତଥା ଓଡିଶା ପୁନର୍ବାସ ଓ ଥଇଥାନ ନୀତି ୨୦୦୬ ର ବିଭିନ୍ନ ଉପାଦେୟ ସୂଚନା ସମ୍ମିଳିତ ଏକ ମାର୍ଗଦର୍ଶକା ପୁସ୍ତକ ବୁଧବାର ଦିନ ଚଞ୍ଚଲ୍ ରାଣାଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଲୋୟର ଶୁକତେଲ ପ୍ରକଳ୍ପର ସ୍ଵତନ୍ତ୍ର ଭୂମି ଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ଜିଲ୍ଲା କାର୍ଯ୍ୟାଳୟର ଭୂମି ଅର୍ଜନ ଅଧିକାରୀ ଫାଲଗୁନି ଶବର ପ୍ରମୁଖ ଉପସ୍ଥିତ ଥିଲେ। ଲୋୟର ଶୁକତେଲ ପ୍ରକଳ୍ପ କାର୍ଯ୍ୟାଳୟ ଦ୍ଵାରା ପ୍ରସ୍ତୁତ ଏହି ମାର୍ଗ ଦର୍ଶିକା ପୁସ୍ତକ ପ୍ରକଳ୍ପ ପ୍ରଭାବିତ ଗ୍ରାମବାସୀଙ୍କୁ ବଣ୍ଟନ କରାଯିବ। ପ୍ରକଳ୍ପ ପ୍ରଭାବିତ ଅଞ୍ଚଳରେ ବ୍ୟକ୍ତିମାନଙ୍କୁ ଉପରୋକ୍ତ ଆଇନର ବିଭିନ୍ନ ଦିଗ ଉପରେ ଅବଗତ କରାଇବା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଥଇଥାନ ପ୍ରକ୍ରିୟାରେ ସ୍ଵଚ୍ଛତା ଆଣିବା ସଙ୍ଗେ ସଙ୍ଗେ ଏହି ପରିବାରଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ମାର୍ଗଦର୍ଶିକା ପୁସ୍ତକ ପ୍ରସ୍ତୁତ କରାଯାଇଛି। ଏହି ପୁସ୍ତିକାରେ ଲୋୟର ଶୁକତେଲ ପ୍ରକଳ୍ପର ସବିଶେଷ ବିବରଣୀ ଜମି ଅଧିଗ୍ରହଣ ଏବଂ ପୁନଃବସତିରେ କ୍ଷତିପୁରଣ ଏବଂ ସ୍ଵଚ୍ଛତା ପ୍ରତି ଅଧିକାର ଆଇନ୍ ୨୦୧୩ ରେ ପ୍ରକଳ୍ପ ପ୍ରଭାବିତ ଗ୍ରାମମାନଙ୍କ୍ ବିବରଣୀ ଜମି ଅଧିଗ୍ରହଣ ଥଇଥାନ ୨୦୦୬ ର କାର୍ଯ୍ୟକାରିତା ପ୍ରକଳ୍ପ କ୍ଷେତ୍ରରେ ବିସ୍ଥାପିତ ପରିବାର ଓ କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ଥଇଥାନ ବସ୍ତି ବାସିନ୍ଦା ପାଇଁ ପୁନର୍ବାସ ଓ ଥଇଥାନ କ୍ଷତିପୂରଣ ଉପାଦେୟ ସୂଚନା ଉଲ୍ଲେଖ କରାଯାଇଛି। ଏଥିରେ ସେମାନେ ଥିବା ସନ୍ଦେହ ଦୂର କରିପାରିବେ। ଏହା ସେମାନଙ୍କ ପାଇଁ ଉପାଦେୟ ଓ ସହାୟକ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।
Related Stories
November 22, 2024