
ପଟ୍ଟାମୁଣ୍ଡାଇ, ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ବାଇପାସ ବିଜୁ ପଟ୍ଟନାୟକ ଛକ ଠାରେ ଗତକାଲି ସନ୍ଧ୍ୟାରେ ଉଜ୍ବଳ ଆଲୋକ ବ୍ୟବସ୍ଥା ଉଦଘାଟିତ ହୋଇଛି। ରାଜନଗର ବିଧାୟକ ଧ୍ରୁବ ସାହୁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଉଜ୍ବଳ ଆଲୋକ ବ୍ୟବସ୍ଥାର ଉଦଘାଟନ କରିଥିଲେ। ବେଲତଳ ନଳିନୀ ରାଇସ ମିଲ ଠାରୁ ପତ୍ରପୁର ଘାଟ ପର୍ଯ୍ୟନ୍ତ କଟକ – ଚାନ୍ଦବାଲି ରାସ୍ତା ଆଲୋକିକରଣ କରାଯାଇଛି। ଏଥିରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ନିର୍ବାହୀ ଅଧିକାରୀ ସମ୍ପଦ ସ୍ଵାଇଁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ସମ୍ପାଦକ ଗୁଡୁ ବିଶ୍ଵାଳ, ଗ୍ରୀନ ଫିଲ୍ଡ ଇଂଜିନିୟର ଧିରେନକୃଷ୍ଣ ଭୋଲା, ସିଏମଏମ ପରିଚାଳକ ମାମୀନୀ ପଣ୍ଡା, କାଉନସିଲର ସର୍ଵଶ୍ରୀ ଗୋପୀବଲ୍ଲଭ ନାୟକ, ମୃତ୍ୟୁଞ୍ଜୟ ପାଢ଼ୀ, ସୁବାଷ ମଲିକ, ପ୍ରଶାନ୍ତ ବାରିକ, ସୁଧାମୟ ମଲିକ, ସାନିଆ ପରଭିନ,ଝରଣା ବେହେରା, ଜିଲ୍ଲା ବିଜେଡି ସମ୍ପାଦକ ଶ୍ରୀକାନ୍ତ ରାଉତ, ଜିଲ୍ଲା ଯୁବ ବିଜେଡି ଉପସଭାପତି ସୁରେଶ ସାହୁ,ଯୁବନେତା ଦିଲ୍ଲୀପ ସାହୁ, ବାପି ସାମଲ, ମଳୟ ମଲିକ ଜୟକୃଷ୍ଣ ରାଉତ, ଲୋକନାଥ ପାତ୍ର,ପିଣ୍ଟୁ ସେଠୀ,ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ସରୋଜ ପଣ୍ଡା, ଅଭୟ ଦାଶ, ପ୍ରଫୁଲ୍ଲ ଦାଶ,ରାଜକିଶୋର ଦାସ,ମୁନି ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ।