
-
ଚଳିତ ବର୍ଷ ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ
ପୁରୀ, ଆସନ୍ତା ଜୁନ୍ ୧୪ରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଇଁ ଆଜି ଛତିଶାନିଯୋଗ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା କରିବାକୁ ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଛି ଛତିଶା ନିଯୋଗ । ଯାହାଦ୍ୱାରା ସ୍ନାନ ମଣ୍ଡପ ତଳେ ଛିଡା ହୋଇ ଭକ୍ତ ମାନେ ସ୍ନାନଯାତ୍ରା ଦେଖିପାରିବେ ବୋଲି ଆଶା କରାଯାଉଛି । ଅଭିମନ୍ତ୍ରିତ ୧୦୮ ଗରା ଜଳରେ ଶ୍ରୀବିଗ୍ରହ ମାନେ ଦିବ୍ୟସ୍ନାନ କରିବା ପରେ ହାତୀ ବେଶ ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା ନେଇ ବୈଠକରେ ପ୍ରସ୍ତାବ ଦିଆଯାଇଛି । ଏପରିକି ହାତୀ ବେଶ ପରେ ୨ରୁ ୩ ଘଂଟା ପାଇଁ ଭକ୍ତ ମାନଙ୍କୁ ମଣ୍ଡପକୁ ଛାଡିବାକୁ ପ୍ରସ୍ତାବ ରହିଛି । ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତି ବୈଠକ ଶେଷ ପରେ ସ୍ପଷ୍ଟ ହେବ । ଏଥିସହ ବୈଠକରେ ସ୍ନାନ ଯାତ୍ରାର ନୀତି ନିର୍ଘଂଟ ନେଇ ଆଲୋଚନା ହୋଇଥିଲା ।