
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶ୍ରୀ ଶ୍ରୀ ଶଙ୍କରେଶ୍ୱର ମହାଦେବ ବିଜେସ୍ଥଳୀ ଜଗନ୍ନାଥ ବିଦ୍ୟାଧରପୁରର କୃଷ୍ଣ ବେହେରା ନାମକ ଜଣେ ବ୍ୟକ୍ତି ଶଙ୍କରପୁରରେ ଗାଈଗୋଠ କରିଥିଲେ । ସେହି ଗୋରୁ ଏକ କାଳିଗାଈ ପ୍ରତ୍ୟହ ପ୍ରାତଃକାଳରୁ ଆସି ବର୍ଭମାନର ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଶଙ୍କରେଶ୍ୱର ମହାଦେବଙ୍କ ଆସ୍ଥାନରେ ପୂର୍ବରୁ ଥିବା ଏକ କଣ୍ଟାବଣରେ ଆଛାଦିତ ଥିବା ହୁଙ୍କା ଉପରେ ଠିଆ ହେବାମାତ୍ରେ କାଳିଗାଈ ଚିରରୁ ଆପେ ଆପେ କ୍ଷୀର ନିର୍ଗତ ହେବାକୁ ଲାଗେ । ଜଗନ୍ନାଥ ବିଦ୍ୟାଧରପୁରର କୃଷ୍ଣ ବେହେରା ଗାଈ ପଛରେ ଯାଇ ଦେଖିଲା, ଭକ୍ତ ହୁଙ୍କା ଉପରେ କାଳିଗାଈଟି ଠିଆ ହୋଇଛି ଏବଂ ଗାଈ ଚିରରୁ ଆପେ ଆପେ କ୍ଷୀର ସେହି ହୁଙ୍କା ଉପରେ ନିର୍ଗତ ହେଉଅଛି । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ଉକ୍ତ ସ୍ଥାନରେ କ’ଣ ବା ମାହାନ୍ୟ ଅଛି ଭାବି ସେ ଗାଈଧରା ପାଞ୍ଚଣରେ ଗାଈ ଠିଆ ହୋଇଥିବା ହୁଙ୍କା ଉପରକୁ ଆଘାତ କଲା । ଫଳରେ ହୁଙ୍କାଟି ଭାଙ୍ଗିଯିବାରୁ ସେ ଦେଖୁଲା ସେଠାରେ ଏକ ଲିଙ୍ଗ ଶକ୍ତି ରହିଅଛି ।
ଏହା ଦେଖିବା ପରେ ତା’ ହାତରେ ଥିବା ଗଉଡ଼ ଛତାକୁ ଉକ୍ତ ସ୍ଥାନରେ ପୋତି ଦେଇ ତତ୍କ୍ଷଣାତ୍ ଗ୍ରାମକୁ ଦୌଡ଼ି ଯାଇ, ସମସ୍ତ ଯାଦବ ଭାଇମାନଙ୍କୁ ଭକ୍ତ ବିଷୟରେ ଅବଗତ କରାଇଥିଲା । ପ୍ରାୟ ୬ ଟି ବ୍ଳକର ଯାଦବ ଭାଇମାନଙ୍କୁ ଏକତ୍ରୀତ କରି ୧୮ଦେଶ ସ୍ଥାପନ କରିବା ସହିତ ହୁଙ୍କାରୁ ଆବିର୍ଭୁତ ଶକ୍ତିକୁ ବୈଶାଖ ପୂର୍ଣ୍ଣମୀ ଦିନ “ଶ୍ରୀ ଶ୍ରୀ ଶଙ୍କରେଶ୍ୱର’ ନାମରେ ପ୍ରତିଷ୍ଠା କରି “କ୍ଷୀରସାଗର’ ରୂପେ ପ୍ରଭୁଙ୍କର ଜନ୍ମଦିନ ପାଳନ କରିଥିଲେ ।
ଉକ୍ତ ଜନ୍ମଦିବସ ଆଜକୁ ପାଞ୍ଚପୁରୁଷ ଧରି ମହାଆଡ଼ମ୍ବର ସହକାରେ ପାଳିତ ହୋଇଆସୁଅଛି । ଚଳିତବର୍ଷ ପ୍ରଭୁଙ୍କର ତା ୧୬ ମେ ସୋମବାର ଦିନ ଶ୍ରୀ ଶ୍ରୀ ଶଙ୍କରେଶ୍ଵର ଦେବ ବିଜେ ଶଙ୍କରପୁର, ମହାପ୍ରଭୁଙ୍କର “କ୍ଷୀରସାଗର ମହୋତ୍ସବ” ଅନୁଷ୍ଟିତ ହୋଇଯାଇଅଛି । କ୍ଷୀରସାଗର ମହୋତ୍ସବରେ ୧୮ଦେଶ ଯାଦବ ସମିତି, ପୁରୀର ସଭାପତି ଶ୍ରୀ ଶଙ୍କର ବେହେରା, ଜପ-ସଭାପତି ଶ୍ରୀ ଗଙ୍ଗାଧର ବେହେରା, ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ଯାଦବ, କୋଷାଧ୍ୟକ୍ଷ ଶ୍ରୀ ଚିତ୍ତରଞ୍ଜନ ଜେନା, ମୁରବୀ ଶ୍ରୀ ରବି ବେହେରା, ଶ୍ରୀ ପ୍ରଦିପ୍ତ ବେହେରା, ଶ୍ରୀ କବିରାଳ ବେହେରା, ଶ୍ରୀ ଟୁଲିଆ ବେହେରା, ଶ୍ରୀ ପ୍ରଫୁଲ୍ଲ ବେହେରା, ଶ୍ରୀ ଶଙ୍କର ବେହେରା (ଶକୁ), ଶ୍ରୀ କବିରାଜ ବେହେରା, ଶ୍ରୀ ଇନ୍ଦିରା ବେହେରା, ଶ୍ରୀ ଶନିଆ ବେହେରା, ଶ୍ରୀ ଭିକାରି ବେହେରା, ଶ୍ରୀ ମକୁ ଜେନା, ଶ୍ରୀ ବିଦେଶୀ ବେହେରା ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହଯୋଗରେ ସୁଚାରୁରୂପେ ପାଳିତ ହୋଇଯାଇଅଛି ।