ଭଞ୍ଜନଗର – 42 ବର୍ଷ ଦଖଲ ରେ ଥିବା ଚାଷ ଜମି ଫେରି ପାଇବାକୁ ନିବେଦନ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଚୁଡା ଖାଇ, କରଡା ବଣି, ହରଡ଼l ପଦର ଓ ମହୁଲ ପଲ୍ଲୀ ଗ୍ରାମର 53 ଜଣ ଆଦିବାସୀ ଙ୍କୁ ବାଣତୁମ୍ବୁ ଗ୍ରାମର ରଘୁନାଥ ରାଉତ ଙ୍କ ସିଲିଂ ବହିର୍ଭୁତ ଜମି କୁ ବାଣ୍ଟି ଦିଆଯାଇଥିଲା l
ସେହିଦିନଠାରୁ 42 ବର୍ଷ ହେଲା ଉକ୍ତ ଆଦିବାସୀମାନେ ସେହି ଜମି ରେ କାଜୁ ଓ ଅନ୍ୟାନ୍ୟ ଚାଷକରି ଚଳି ଆସୁଥିଲେ l ହେଲେ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ର ଜଣେ ଜମି ମାଫିଆ ଏ.ସତ୍ୟନାରାୟଣ ମୂର୍ତ୍ତି ସେହି ଜମି କୁ ନିଜର ଦର୍ଶlଇ ମେସିନ ସାହାଯ୍ୟରେ ସବୁ ଗଛ କାଟି ପକେଇଛି l ଯାହା ଫଳରେ ଆଦିବାସୀମାନେ ନିଜ ନିଜର ଜୀବନ ଜୀବିକା ହରେଇଛନ୍ତି l ତେଣୁ ତୁରନ୍ତ ସେହି ଜମିକୁ ପ୍ରଶାସନ ହସ୍ତକ୍ଷେପ କରି ଆଦିବାସୀମାନଙ୍କୁ ହସ୍ତାନ୍ତର କରିବାକୁ ସେମାନେ ଦାବୀ କରିଛନ୍ତି l ଏହାକୁ ଭଞ୍ଜନଗରର କିଛି ବୁଦ୍ଧିଜିବି ସମର୍ଥନ ଜଣାଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରିଥିଲେ l ନିଜ ଦାବୀ ପୂରଣ ନହେଲେ ଆଦିବାସୀମାନେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି l ସେଥିମଧ୍ୟରେ ବରିଷ୍ଠ ଆଇନଜିବି ଏମ.ତାଜ ଆଦେନି, ରବି ଦାଶ, ଦଣ୍ଡପାଣି ସ୍ୱାଇଁ, ଅଭିମନ୍ୟୁ ଗୌଡ଼, ବୈଦନାଥ ସାହୁ, ମଧୁସୁଦନ ପଣ୍ଡା, ନିରାକାର ନାୟକ ଓ ବହୁ ଆଦିବାସୀ ଉପସ୍ଥିତ ଥିଲେ l