ମାଲକାନଗିରି, ମାଲକାନଗିରି ଜିଲା କାଲିମେଳା ବ୍ଲକ କାଙ୍ଗୁରୁକୋଣ୍ଡା ପଞ୍ଚାୟତ ସଦରରେ ଜଣେ ବ୍ୟକ୍ତିଙ୍କୁ ଗୁଣିଆ ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି ।
ସୂଚନା ଅନୁଯାୟୀ, ଗ୍ରାମର ପଦିଆ ମାଡକାମି (୬୫) ଗ୍ରାମରେ ପୁଜାର୍ଚ୍ଚନା କାର୍ଯ୍ୟ କରୁଥିଲେ । ଗତ କିଛି ଦିନ ଧରି ଗ୍ରାମରେ କିଛି ଲୋକ ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ପଦିଆ ଗୁଣି କରି ମାରିଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ । ଆଜି ତାଙ୍କ ପରିବାରର ଲୋକେ ଦଶାହ କାର୍ଯ୍ୟ ପାଇଁ ଗାଁ ଦାଣ୍ଡରେ ପ୍ରାୟ ୬୦ରୁ ଊର୍ଦ୍ଧ୍ଵ ଲୋକ ଆଲୋଚନା ପାଇଁ ବସିଥିଲେ । ଏହି ଆଲୋଚନା ସମୟରେ ଗ୍ରାମର ମୁକୁନ୍ଦ ମାଡକାମି, ଫିଦା ମାଡକାମି, କାନା ମାଡକାମି, ଇର୍ମା ମାଡକାମି, ଗଙ୍ଗା ମାଡକାମି, ପଦିଆ କବାସି ତାଙ୍କୁ ହଠାତ୍ ଆକ୍ରମଣ କରିଥିଲେ । ଏବଂ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ପଦିଆଙ୍କ ପୁଅ ବିରା ମାଡକାମି କହିଛନ୍ତି । ଏହି ଘଟଣା ସମୟରେ ବାପାଙ୍କୁ ବଞ୍ଚାଇବାକୁ ଯାଇ ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇ ଲୁଚି ପଳାଇଥିଲେ । ଘଟଣାସ୍ଥଳରେ କାଲିମେଳା ଥାନା ଅଧିକାରୀ ରଘୁନାଥ ମାଝୀ ପହଞ୍ଚି୫ ଜଣକୁ ଅଟକ ତଦନ୍ତ ଆରମ୍ଭ କରିଛନ୍ତି ।