ଗଞ୍ଜାମ – ଡାକବିଭାଗ ଏକ ଅତ୍ୟାବଶ୍ୟକ ସେବା ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକର ପିତଳ ସବପୋଷ୍ଟ ଅଫିସ ଦୀର୍ଘ ଏକ ସପ୍ତାହ ହେଲା ଅଚଳ ରହିଛି । କମ୍ପ୍ୟୁଟରକରଣ ଆଳରେ ଏହି ଡାକଘର ବନ୍ଦ ରହିଛି । ଏଠାରୁ ଡାକ ଯାଉନାହିଁ, କିମ୍ବା ସ୍ଥାନୀୟ ଲୋକଙ୍କ ଚିଠିପତ୍ର ମଧ୍ୟ ବିତରଣ କରାଯାଉ ନାହିଁ, ରେଜିଷ୍ଟ୍ରି ଡାକ ମନିଅର୍ଡ଼ର ମଧ୍ୟ ହେଉନାହିଁ, ଫଳ ଏହି ଡାକଘର ଉପରେ ନିର୍ଭର କରୁଥିବା ଜନସାଧାରଣ ଏବଂ ଏହି ଘରର ଛଅଶାଖା ଡାକଘର ଅଂଚଳ ଜନସାଧାରଣ ନାହିଁନଥିବା ହଟହଟାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ବ୍ରହ୍ମପୁର ପି.ଏମ.ଜି. ଘଟଣାର ତଦନ୍ତ କରି ଡାକଘରର ଅଚଳାବସ୍ଥା ଦୂର କରିବାକୁ ସାଧାରଣରେ ଦାବି ହେଉଛି ।