ଭୁବନେଶ୍ୱର,ଗତବର୍ଷ ଆମେ କୋଭିଡ ଓ ବାତ୍ୟା ପାଇଁ ମେେଂଟନାସ୍ କରି ପାରି ନଥିଲୁ । ଏବେ ଆମେ ମେେଂଟନାସ୍ କରୁଛୁ । ଯେମିତି ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ, ସେଥିପାଇଁ କାମ ଚାଲିଛି । ଏବେ ଆଉ ବିଜୁଳି କାଟ ସମସ୍ୟା ହେବ ନାହିଁ । ମେେଂଟନାସ୍ କାମ କେବଳ ସକାଳ ସମୟରେ ହେବ । ଖରାଦିନ ଓ ପିଲାଙ୍କ ପରୀକ୍ଷା ପାଇଁ ବିଦ୍ୟୁତ୍ କାଟ୍ ନକରିବାକୁ କୁହାଯାଇଛି । ବିଗତ କିଛି ବର୍ଷ ମଧ୍ୟରେ ସିଷ୍ଟମରେ କୌଣସି ମେେଂଟନାସ୍ ହୋଇ ନଥିଲା ତେଣୁ ଆମକୁ ସବୁ କରିବାକୁ ପଡୁଛି । ଗତବର୍ଷ ୨୫୦ କୋଟି ଓ ଚଳିତ ବର୍ଷ ମଧ୍ୟ ୪୦୦ କୋଟି ଟଙ୍କାର ନିବେଶ ହେବ ବୋଲି କହିଛନ୍ତି ଟାଟା ପାୱାର ସିଇଓ ଭାସ୍କର ସରକାର ।
ବିଧାନସଭାର ବୁଧବାର ଦିନ ଶକ୍ତି ସମ୍ପର୍କିତ ଷ୍ଟାଣ୍ଡି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ଚାଲିଥିବା ଘନ ଘନ ବିଜୁଳି କାଟ ଓ ଅତ୍ୟଧିକ ବିଲ ଆସିବା ନେଇ ଏହି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏନେଇ ପ୍ରତିକ୍ରିୟା ଦେଇ କଂପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ-ନର୍ଥ ଡିଭିଜନ) ଭାସ୍କର ସରକାର କହିଛନ୍ତି ଯେ, ଯେମିତି ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ, ସେଥିପାଇଁ ମେଂଟେନାନ୍ସ କାମ ଚାଲିଛି ।
ସେହିପରି ଅତ୍ୟଧିକ ବିଲ ଆସୁଥିବା ନେଇ ଅଭିଯୋଗ ଆସୁଛି । ତାହା ଠିକ ନୁହେଁ । ଯାହା ନିୟମ ଅଛି ସେଥିରୁ ଗୋଟିଏ ବି ଅଧିକ ପଇସା ନେଉ ନାହୁଁ । ଟାଟା କଂପାନି ବିଶ୍ୱରେ ଏକ ବିଶ୍ୱସନୀୟ କଂପାନି ଭାବେ ଜାଣିଛନ୍ତି । ତେଣୁ ଆମେ କୌଣସି ବେନିୟମ କାମ କରିବୁ ନାହୁଁ ବୋଲି ଶ୍ରୀ ସରକାର କହିଛନ୍ତି ।