
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାତୀୟ କର୍କଟ ରୋଗ ସଚେତନତା ଦିବସ ପାଳନ ହୋଇଯାଇଛି । ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଚିକିତ୍ସା ଅଧିକାରୀ କିଶୋର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକର ଡା. ସଂଜୀବ କୁମାର ବାରିକ, ଡା. ସୁପ୍ରିମିତ୍ ଭଟ୍ଟାଚାର୍ଯ୍ୟ, ଡା. ଶ୍ରୀକାନ୍ତ ସ୍ୱାଇଁ, ଡା. ପି.କେ. ଦାସ ପ୍ରମୁଖ ଯୋଗଦେଇ କର୍କଟ ରୋଗ ସଂପର୍କରେ ସୂଚନା ଦେଇଥିଲେ । ପ୍ରାଥମିକ ଅବସ୍ଥାରେ କର୍କଟ ରୋଗର ଚିକିତ୍ସା କଲେ ତାହା ଆରୋଗ୍ୟସାଧ୍ୟ ହୋଇପାରିବ ବୋଲି ମତାମତ ଦେଇଥିଲେ । ତମ୍ବାଖୁ, ମାଦକ ଦ୍ରବ୍ୟ ସେବନ ଓ ଧୂମ୍ରପାନ କରିବା, ଏହା ସହ ପ୍ରସୂତି ମହିଳାମାନେ ଶିଶୁମାନଙ୍କୁ ନିୟମିତ ସ୍ତନ୍ୟପାନ ନକରାଇବା ଫଳରେ ଏହି ରୋଗର ଲକ୍ଷ୍ୟଣମାନ ଏହା ସହ ପୁରୁଣା ଭାତୁଡି ଦରଜ ହୋଇ ବୃଦ୍ଧି ପାଇବା ମଧ୍ୟ ଅନ୍ୟ ଏକ ଲକ୍ଷ୍ୟଣ ବୋଲି ଡାକ୍ତରମାନେ ସୂଚନା ଦେଇଥିଲେ । ବହୁ ଦିନ ଧରି କୈାଣସି କ୍ଷତ ନଶୁଖିବା, ଦୀର୍ଘଦିନ ଧରି ଋତୁସ୍ରାବ ଲାଗି ରହିବା, ସ୍ତନରେ ଏକାଧିକ ଗୋଟାଏ ବା ଗୁଳା ଜଣାପଡିବା, ଖାଦ୍ୟ ଖାଇବା ବେଳେ ତଂଟିରେ କଷ୍ଟ ଅନୁଭବ କରିବା, ସ୍ୱରରେ ପରିବର୍ତନ ହେବା ପ୍ରଭୃତି ଲକ୍ଷ୍ୟଣ ଜଣାପଡିଲେ ତୁରନ୍ତ ଡାକ୍ତରମାନଙ୍କ ପରାମର୍ଶ କରିବା ପାଇଁ ଉପସ୍ଥିୁତ ଅତିଥିମାନେ ସଚେତନ କରାଇଥିଲେ ।