ଘସିପୁରା,ପଞ୍ଚାୟତରେ କେବଳ ନାମକୁ ମାତ୍ର ଜଳଛତ୍ର କରି ଅର୍ଥ ହରିଲୁଟ ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଘସିପୁରା ବ୍ଳକ ଅନ୍ତର୍ଗତ ଗଡ଼ବାନ୍ଧଗୋଡା ଗ୍ରାମପଞ୍ଚାୟତରେ।
ଓଡ଼ିଶା ସରକାରଙ୍କ ତରଫରୁ ପଞ୍ଚାୟତର ବିଭିନ୍ନ ଜାଗାରେ ଜଳଛତ୍ର ଖୋଲିବା ପାଇଁ ବ୍ୟୟ ଅଟକଳ କୋଡ଼ିଏ ହଜାର ଲେଖାଏଁ ଟଙ୍କା ଯୋଗାଇ ଦିଆଯାଉଅଛି। ଅନେକ ଜାଗାରେ ଅନେକ ସ୍ବେଛସେବୀ ସଙ୍ଗଠନ ମଧ୍ୟ ଲୋକଙ୍କ ନିମନ୍ତେ ଜଳଛତ୍ରର ସୁବିଧା କରୁଛନ୍ତି। ଏହା ସାଧାରତଃ ଏପ୍ରିଲ ୧୪ ରୁ ଜୁନ ୧୪ ପର୍ଯ୍ୟନ୍ତ ରହିଥାଏ। ଘଷିପୁରା ବ୍ଲକ ଗଡ଼ବାନ୍ଧଗୋଡା ପଞ୍ଚାୟତ ଅନ୍ତର୍ଗତ ଦାନ୍ତିଆ ଗ୍ରାମରେ “ମା ତାରିଣୀ ଚାରିଟେବୁଲ ଟ୍ରଷ୍ଟ, ଆନନ୍ଦପୁର” ତରଫରୁ ଗତ ଏପ୍ରିଲ ୧୩ ତାରିଖରେ ଏକ ଜଳଛତ୍ର ଖୋଲା ହୋଇଥିଲା ଏବଂ ଜଣେ ବ୍ୟକ୍ତି ଜଳ ଯୋଗାଇବା ନିମନ୍ତେ ରଖା ଯାଇଥିଲା ଏବଂ ତାଙ୍କ ବ୍ୟାନର ଲଗା ଯାଇଥିଲା। କିନ୍ତୁ, ଏକ ମାସ ପରେ ହଠାତ୍ ମଇ ୧୫ ତାରିଖ ରେ ମା ତାରିଣୀ ଚାରିଟେବୁଲ ଟ୍ରଷ୍ଟ ବ୍ୟାନର ଉପରେ ଗଡ଼ବାନ୍ଧଗୋଡା ପଞ୍ଚାୟତର ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଜନସାଧାରଣ କୋଡ଼ିଏ ହଜାର ଟଙ୍କା ଚଳୁ କରିଦେଇଥିବା ସନ୍ଦେହ ହେଉଛି। ଏହାକୁପଞ୍ଚାୟତବାସୀ ନିନ୍ଦା କରିବା ସହ ଘଟଣାର ତଦନ୍ତ ନିମନ୍ତେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି।