ଘସିପୁରା, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାୟକଙ୍କ ବାସଭବନରେ ଜନୈକ ବ୍ୟକ୍ତି ଡ଼ାକ୍ତରଙ୍କୁ ମାଡ଼ ମାରିବା ସହ ତାଙ୍କ ସହିତ ଥିବା ଅନ୍ୟ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏନେଇ ଡାକ୍ତର ଜଣକ ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି ।
ପଂକୀରପୁର ଡାକ୍ତରଖାନାର ଡାକ୍ତର ଜୟନ୍ତ କୁମାର ଦାସ ଗତ ଶନିବାର ଦିନ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କ ବାସଭବନକୁ ଡାକ୍ତରଖାନାର ଉନ୍ନତିମୂଳକ କାମ ସମ୍ପର୍କରେ ଆଲୋଚନା ପାଇଁ ନିଜର କିଛି କର୍ମଚାରୀଙ୍କ ସହିତ ଯାଇଥିବା ବେଳେ ସେଠାରେ ଜନୈକ ବ୍ୟକ୍ତି ଡାକ୍ତରଙ୍କୁ ମାଡ଼ ମାରିବା ସହିତ ଡାକ୍ତରଖାନାର ଅନ୍ୟ କର୍ମଚାରୀମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ଡାକ୍ତର ଜୟନ୍ତ କୁମାର ଦାସ ଆନନ୍ଦପୁର ଥାନାରେ ଏତଲା କରିଛନ୍ତି। ଏତଲାକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।