ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ପରିଷଦ ସହିତ ଆଲୋଚନା କରିଛନ୍ତି । ସେମାନେ ଉତମ ଶାସନ ଏବଂ ନାଗରିକମାନଙ୍କ ପାଇଁ “ସହଜ ଜୀବନ ଯାପନ” ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ଉତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ପରିଷଦ ସହିତ ଏକ ବ୍ୟାପକ ପାରସ୍ପରିକ ଆଲୋଚନା ହୋଇଥିଲା । ଆମେ ଉତମ ଶାସନ ତଥା ନାଗରିକଙ୍କ ପାଇଁ ସହଜ ଜୀବନ ଯାପନ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲୁ ।”