
ନୂଆଦିଲ୍ଲୀ,ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପୁଅ କାର୍ତି ଚିଦାମ୍ବରମଙ୍କ ଘରେ ସିବିଆଇ ଚଢାଉ କରିଛି । ମଙ୍ଗଳବାର ସକାଳୁ କାର୍ତି ଚିଦାମ୍ବରମଙ୍କ ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇସ୍ଥିତ ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ସିବିଆଇ ରେଡ୍ କରିଛି । ସିବିଆଇ ଟିମ୍ ଚେନ୍ନାଇର ୩ଟି ସ୍ଥାନ, ମୁମ୍ବାଇର ୩ଟି, କର୍ଣ୍ଣାଟକର ଗୋଟିଏ , ପଞ୍ଜାବର ଗୋଟିଏ ଓ ଓଡ଼ିଶାର ଗୋଟିଏ ସ୍ଥାନରେ ଚଢ଼ାଉ ଚାଲିଛି ।୨୦୧୦ରୁ ୨୦୧୪ ମସିହା ମଧ୍ୟରେ କାର୍ତିଙ୍କ ବିଦେଶୀ ଟଙ୍କା ମାମଲାରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି ।
ଅପରପକ୍ଷରେ ସିବିଆଇ ରେଡ ଚାଲିଥିବା ବେଳେ କାର୍ତି ଚିଦାମ୍ବରମ ଟ୍ୱିଟ କରି କହିଛନ୍ତି, ଏପରି କେତେ ଥର ଚଢ଼ାଉ ହେଲାଣି ମୁଁ ଗଣିବା ଭୁଲି ଗଲିଣି । ଏହା ଏକ ରେକର୍ଡ । ଆଜି ସିବିଆଇ ରେଡ୍ ଚାଲିଥିବା ବେଳେ କାର୍ତି ଲଣ୍ଡନରେ ଥିବା ଜଣାଯାଇଛି ।