-
କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ୧୪ ରେ ଓଡିଶା ଆସିବ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର – ସାମ୍ପ୍ରତିକ ବାତ୍ୟା ବୁଲବୁଲ୍ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଓଡିଶାର ୬ଟି ଜିଲ୍ଲାର ସ୍ଥିତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନଠାରେ ଅନୁÂିତ ଉଚ୍ଚସ୍ତରୀୟ ବୈଠକରେ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ।
ଏହି ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଓଡିଶାରେ କ୍ଷୟକ୍ଷତିର ଅନୁଧ୍ୟାନ କରିବାପାଇଁ ଆସନ୍ତା ୧୪ ତାରିଖରେ କେନ୍ଦ୍ରୀୟ ଟିମ୍ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ । ଉକ୍ତ ଟିମ୍ କ୍ଷତିଗ୍ରସ୍ତ ୬ଟି ଜିଲ୍ଲା କୁ ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ଚାଷୀ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବେ । ଏହାପରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କ୍ଷୟକ୍ଷତିର ଆକଳନ ଖୁବ୍ ଶୀଘ୍ର କରାଯିବ । ଆବଶ୍ୟକ ପଡିଲେ ଆର୍ଥିକ ସହାୟତା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ । କ୍ଷତିଗ୍ରସ୍ତ ଅଂଚଳରେ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଯୋରଦାର ଚାଲିଛି ।