-
ବିଦ୍ୟୁତ ଆଘାତରେ ଯୁବକ ଗୁରୁତର
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ରେଲୱେ ଷ୍ଟେସନ୍ ଠାରେ ଜଣେ ଯୁବକ ସେଲ୍ଫି ନେବା ସମୟରେ ଗତକାଲି ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ଜଣାପଡିଛି । ଯୁବକ ଜଣକ ହେଲେ ସୋନପୁର ଜିଲ୍ଲା ଖରଜୁରା ଗ୍ରାମର ଦୀପକ ମେହେର (୨୦) ।
ସୂଚନା ଅନୁସାରେ, ଦୀପକ ଗତକାଲି ନିଜ ସାଙ୍ଗ ମାନଙ୍କ ସହିତ ନଅଗାଁ (ଖ)କୁ ଯାତ୍ରା ଦେଖିବାକୁ ଆସିଥିଲେ । ପରେ ଯାତ୍ରା ଦେଖା ସରିବା ପରେ ଅପରାହ୍ନରେ ନିଜ ସାଙ୍ଗ ମାନଙ୍କ ସହ ସେଲ୍ଫି ଉଠାଇବା ପାଇଁ ଲୋଇସିଂହା ରେଲୱେ ଷ୍ଟେସନ୍କୁ ଆସିଥବା ବେଳେ ରେଲୱେ ଷ୍ଟେସନ୍ରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ ଉପରକୁ ଚଢି ସେଲ୍ଫି ଉଠାଉଥିବା ସମୟରେ ଟ୍ରେନରେ ଲାଗିଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ପୋଡିଯିବା ସହିତ ତଳେ ପଡି ଯାଇ ଗୁରତର ହୋଇଥିଲେ । ସାଙ୍ଗ ମାନେ ସଙ୍ଗେ ସଙ୍ଗେ ଗୁରୁତର ଦୀପକଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି ।