
ଗଞ୍ଜାମ,ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢ଼ାକେନ୍ଦୁ ଜଙ୍ଗଲ ନିକଟ ଏକ ଗଛରେ ଆସିକା ଅଗ୍ନିଶମ ବିଭାଗର ଜଣେ କର୍ମଚାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଆଜି ସକାଳେ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ସେମାନେ ଏନେଇ ପୋଲିସକୁ ଖବର ଦେଇଥିଲେ । ଗାଙ୍ଗପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ କର୍ମଚାରୀଙ୍କ ଶବ ଉଦ୍ଧାର କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ମୃତଦେହ ନିକଟରେ ରହିଛି ଅଗ୍ନିଶମ ବିଭାଗର ଗାଡି । ଏଥି ସହ ଘଟଣାସ୍ଥଳରୁ ଏକ ସୁଇସାଇଡାଲ୍ ନୋଟ୍ ଜବତ କରିଛି ପୋଲିସ । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।