କଟକ, କଟକ ଏସସିବି ପ୍ରସୂତୀ ରୋଗ ବିଭାଗରେ ଆସିଷ୍ଟାଂଟ ପଦବୀରେ ନିଯୁକ୍ତି ପାଇଁ ହାଇକୋର୍ଟରେ ହୋଇଥିଲା ମାମଲା । ଡେପୁଟେସନରେ ଥିବା ଜଣେ ଡାକ୍ତର ନିୟମିତ ନିଯୁକ୍ତି ପାଇଁ କୋର୍ଟରେ ଆବେଦନ କରିଥିଲେ । ତେବେ ଏହାକୁ ଅଗ୍ରାହ୍ୟ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଏଥିସହ ମାମଲାରେ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି କୋର୍ଟ ।
କୋର୍ଟ ଦର୍ଶାଇଛନ୍ତି ଯେ, ଖାଲି ପଡିଥିବା ପଦବୀରେ କାହାକୁ ନିଯୁକ୍ତି ଦେବା କର୍ମଚାରୀଙ୍କ ଅଧିକାର ନୁହେଁ । କୌଣସି କର୍ମଚାରୀ ଏହାକୁ ଆଇନଗତ ଅଧିକାର ବୋଲି ଦାବି କରିପାରିବେ ନାହିଁ ।