ନଭେମ୍ବର – କେନ୍ଦ୍ରାପଡାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁÂିତ ହୋଇଯାଇଛି । ଜିଲ୍ଲାର କୃଷକମାନଙ୍କଠାରୁ ମଂଡିରେ ଧାନ ବିକିବା ବ୍ୟବସ୍ଥା ଡିସେମ୍ବର ମାସ ୧୫ ତାରିଖ ପରଠାରୁ ଆରମ୍ଭ କରାଯିବ । ଏ ନେଇ ଏକ ଜିଲ୍ଲାସ୍ତରୀୟ ମନିଟରିଂ କମିଟି ବୈଠକ ସୋମବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁÂିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ଚାଷୀମାନଙ୍କ ଧାନ ବିକିବା ଓ ମଣ୍ଡିରେ ଧାନ କିଣା ହେବା ବ୍ୟବସ୍ଥା ସଂପର୍କରେ ରାଜ୍ୟ ସରକାରଙ୍କ ଗାଇଡ୍ଲାଇନ୍ ବିଷୟରେ ଆଲୋଚନା କରାଯାଇଥିଲା । ଜିଲ୍ଲାର ସମୁଦାୟ ୧୧୬ଟି ଧାନ ମଣ୍ଡିରେ ଧାନ ବିକିବା ପାଇଁ ରେଜେଷ୍ଟ୍ରିଭୁକ୍ତ ଚାଷୀମାନେ ସେମାନଙ୍କର ଆଧାର କାର୍ଡ ସହ ନିଜେ ଉପସ୍ଥିତ ରହି ଆଖିର ଛବି କମ୍ପ୍ୟୁଟର ମାଧ୍ୟମରେ ତୁଳନା କରାଯିବା ପରେ ଧାନ ବିକ୍ରୟ କରିପାରିବେ । ବିକ୍ରୟର ୨୪ ରୁ ୪୮ ଘଂଟା ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ଅନ୍ଲାଇନ୍ ପେମେଂଟ୍ କରାଯିବ । ଏହି କାର୍ଯ୍ୟକୁ ସଂପୃକ୍ତ ମଣ୍ଡିର ଦାୟିତ୍ୱ ସଂପନ୍ନ କର୍ମଚାରୀ ଓ ମିଲରମାନେ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକାରୀ କରିବେ । ଖିଲାଫ କଲେ ସଂପୃକ୍ତ ମଣ୍ଡି କର୍ମଚାରୀ ଓ ମିଲରମାନଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ଆବଶ୍ୟକ ପଡିଲେ ସେମାନଙ୍କୁ ଗିରଫ କରାଯିବାକୁ ଜିଲ୍ଲାପାଳ ଚେତାବନୀ ଦେଇଥିଲେ । ଏହାସହିତ ସେହି ଖିଲାଫି ମିଲର୍ ଓ ସୋସାଇଟିର ପି ପାସ୍ ସାଇଟ୍କୁ ମଧ୍ୟ ବନ୍ଦ କରିଦିଆଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଧାନ ସଂଗ୍ରହ ପୂର୍ବରୁ ସୋସାଇଟି ସଦସ୍ୟ ଓ ମିଲର କର୍ମକର୍ତାମାନଙ୍କୁ ଏ ନେଇ ପ୍ରଶିକ୍ଷଣ ଦିଆଯିବ । ଏଥିସହିତ ଦୁଇଗୋଟି ସ୍କ୍ୱାର୍ଡ ଟିମ୍ ଗଠନ କରାଯାଇଛି । ଏମାନେ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ମଣ୍ଡି ଓ ଡିଲରମାନଙ୍କ ଧାନ କିଣା ସମ୍ବନ୍ଧୀୟ କାର୍ଯ୍ୟର ତଦାରଖ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିବେ । ଚଳିତ ବର୍ଷ ପାଇଁ ସାଧାରଣ କିସମ ଧାନ (ଏଫ୍.ଏ.କ୍ୟୁ) ର ସର୍ବନିମ୍ନ ମୂଲ୍ୟ ୧୮୧୫ ଟଙ୍କା ରଖାଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ, ସାଂସଦଙ୍କ ପ୍ରତିନିଧି ଆଲୋକ ସାହୁ, ପାଟକୁରା ବିଧାୟକଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲ୍, ଚାଷୀଙ୍କ ପ୍ରତିନିଧି, ମିଲର ମାଲିକଙ୍କ ସହ କୃଷି, ଜଳସେଚନ, ସମବାୟ, ଯୋଗାଣ, ବାଣିଜ୍ୟକର, ନିୟନ୍ତ୍ରିତ ବଜାର କମିଟି, ଏ.ଆର୍.ସି.ଏସ୍, ଲିଡ୍ ବ୍ୟାଙ୍କ ମ୍ୟାନେଜର ମାନେ ଉପସ୍ଥିତ ଥିଲେ ।
Related Stories
November 27, 2024
November 27, 2024