
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପୋଲିସ ଆଇପିଏଲ୍ ବେଟିଂ ଅଭିଯୋଗରେ ଜଣକୁ ଗିରଫ କରିଛି । କେନ୍ଦୁମୁଣ୍ଡିପଦା ସ୍ଥିତ ରାକେଶ ଚୌଧୁରୀଙ୍କ ଘରେ ଗତକାଲି ଚଢ଼ଉ କରି ସମ୍ପୃକ୍ତ ଅଭିଯୁକ୍ତଙ୍କ ଠାରୁ ମୋଟ୍ ୭୦ ହଜାର ଟଙ୍କା, ୬ ଟି ମୋବାଇଲ, ଲାପଟପ, ବ୍ୟାଙ୍କ ଏ. ଟି. ଏମ. କାର୍ଡ, ବ୍ୟାଙ୍କ ଚେକ ବହି ଇତ୍ୟାଦି ଜବତ କରିଥିଲା ।
ଏହି ଚଢ଼ଉରେ ରାୟପୁରର ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବା ପ୍ରକାଶ । ଏମାନେ ଅନେକ ଦିନରୁ ଲୋକ ମାନଙ୍କୁ ଏହି ଖେଳରେ ନିୟୋଜିତ କରି ଆସୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଧର୍ମଗଡ଼ ପୋଲିସ ସେଠାରେ ଚଢ଼ଉ କରିଥଲା । ଘଟଣାରେ ଅଭିଯୁକ୍ତ ରାକେଶ ଚୌଧୁରୀକୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଥିବା ନେଇ ପୋଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରୀ ହୋଇଛି । ଧର୍ମଗଡ଼ ପୋଲିସ ଏ ସଂକ୍ରାନ୍ତରେ କେସ ନଂ -୧୧୬/୧୬/୫/୨୦୨୨./୪୨୦ଇତ୍ୟାଦି ଆଇ.ପି. ସି. ଲାଗୁ କରିଥିବା ଜଣାଯାଏ ।