
-
ନୃସିଂହ ଚତୁର୍ଥୀରେ ଶ୍ରୀନୃସିଂହ ଦେବଙ୍କ ପ୍ରତିମା ଖୋଦେଇ ଆରମ୍ଭ,
ରଥନିର୍ମାଣ କାର୍ଯ୍ୟ ଦ୍ୱାଦଶ ଦିନରେ ରବିବାର ସକାଳ ୮ଟା ରେ ତିନିରଥ ନିର୍ମାଣକାରୀ ସେବକ ମାନେ ରଥଖଳାଠାରେ ଉପସ୍ଥିତ ସହ ଉପସ୍ଥାନ ଦେବା ପରେ ନିଜ ନିଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଗତକାଲି ଶ୍ରୀ ନୃସିଂହ ଚତୁର୍ଦଶୀ ଅବସରରେ ବିଧିପ୍ରକାରେ ତିନିରଥର ମୁଖ୍ୟ ମହାରଣା ଯୋଗାଇ ଥିବା ଚଉପଟ ଗୁଜ କାଠରେ ତିନିରଥର ମୁଖ୍ୟ ରୂପକାର ସେବକ ମାନେ ଅନୁକୂଳ ପୂଜା ପୂର୍ବକ ଶ୍ରୀ ନୃସିଂହଦେବଙ୍କ ପ୍ରତିମା ଖୋଦେଇ ର ଶୁଭାନୁକୂଳ କରିଥିଲେ ।
ଆଜି ତିନିରଥର ରୂପକାର ସେବକମାନେ ବାରଗୋଟି ଗୁଜ କାଠରେ ମହାପ୍ରଭୁ ଶ୍ରୀନୃସିଂହ ଦେବଙ୍କ ପ୍ରତିମା ଖୋଦେଇ କରୁଛନ୍ତି । ଏତତ୍ ବ୍ୟତୀତ ତିନିରଥର ମହାରଣା ମାନେ ଗୁଜ,
କୁଡୁକା, ଜଳଯନ୍ତ୍ର, ତିଖ ଗୁଜ ନିର୍ମାଣ କରୁଛନ୍ତି, ଏତତ୍ ବ୍ୟତୀତ ଅଦ୍ୟ ତିନିରଥର ଗୋଟିଏ ଗୋଟିଏ ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଘଡା ବାଡ଼ିଆ କାର୍ଯ୍ୟ ଯନ୍ତାଗାଡ ଠାରେ ଭୋଇସେବକ ଙ୍କ ଦ୍ଵାରା ଅନୁକୂଳ ପୂର୍ବକ ସମ୍ପନ୍ନ ହେବା ପରେ ଅର ସଂଯୋଗ ତୁମ୍ବ ଗୁଡିକୁ ରଥ ଖଳାଠାରେ ତୁମ୍ବ ବିନ୍ଧ କାରୀଗରଙ୍କୁ ଯୋଗାଇବାପରେ,ତୁମ୍ବବିନ୍ଧ କାରୀଗର ତୁମ୍ବ ରେ ବିନ୍ଧ କାର୍ଯ୍ୟ କରିଛନ୍ତି ।
ତାଳଧ୍ଵଜ ରଥର ମୋଟ ୧୧ ଗୋଟି କୋଣ ଗୁଜ ବା ସାଲଗୁଜ ରୁ ୭ଗୋଟି ଗୁଜ ଚଉପଟ କରି ତାଳଧ୍ଵଜ ରଥ ମହାରଣା ମାନେ ରୂପକାର ସେବକଙ୍କୁ ଯୋଗାଇଥିଲେ,ରବିବାର ତାଳଧ୍ଵଯ ରଥ ମହାରଣା ସେବକ ମାନେ ଆଉ ୪ ଗୋଟି ସାଲଗୁଜ ନିର୍ମାଣ ସହ, ଜଳଯନ୍ତ୍ର, କୁଡୁକା ନିର୍ମାଣ ଜାରୀରଖିଛନ୍ତି। ଏଥିସହ ଯନ୍ତା ପଟା ନିର୍ମାଣକାରୀ ସେଥିରେ ବିନ୍ଧକାର୍ଯ୍ୟ କରୁଛନ୍ତି , ଉକ୍ତ ଯନ୍ତା-ପଟାରେ ତୁମ୍ବ ରେ ଅର ସଂଯୋପରେ ପଇ ପିନ୍ଧା ପାଇଁ ଏହାର ଆବଶ୍ୟକ ପଡିଥାଏ ।
ଦେବଦଳନ ରଥର ୭ଗୋଟି ଗୁଜ ନିର୍ମାଣ କରି ଦେବଦଳନ ରଥ ମହାରଣା ରୂପକାର ସେବକଙ୍କୁ ଯୋଗାଇ ଥିଲେ ବାକି ୪ ଗୋଟି ଗୁଜ ଦେବଦଳନ ରଥ ମହାରଣା ମାନେ ଯୋଗାଇବା ସହ,ତିଖଗୁଜ,ଜଳଯନ୍ତ୍ର
ସହ ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ପାଇଁ ଅର ସାଲ କାମ ଚାଲୁରହିଛି । ନନ୍ଦିଘୋଷ ରଥର ମହାରଣା ସେବକ ମାନେ ୧୧ ଗୋଟି ଗୁଜ ଚଉପଟ କରି ରୂପକାର ସେବକଙ୍କୁ ଯୋଗାଇବା ସହ ଆରଯୁକ୍ତ ତୁମ୍ବ ରେ ପଇ ପିନ୍ଧାଇବା ପାଇଁ ଯନ୍ତାପଟା ନିର୍ମାଣ କରି ସେଥିରେ ବିନ୍ଧ ଖୋଳା କାର୍ଯ୍ୟ କରିଛନ୍ତି ।
ଦୋଳବେଦୀ ସ୍ଥ ଅସ୍ଥାଇ କମାର ଶାଳ ରେ ତିନିରଥର ଓଝା ସେବକ ମାନେ ତୁମ୍ବ ରେ ସଂଯୋଗ ପାଇଁ ପଂଦାରୀ, ବଳା ସହ ଅରକଣ୍ଟା ପ୍ରସ୍ତୁତି ଜାରୀ ରଖିଛନ୍ତି |
ମୋଟ ନିର୍ମାଣକାରୀ ଙ୍କ ଉପସ୍ଥାନ ତିନିରଥର ମୋଟ ମହାରଣା-୭୭,ତିନିରଥର ଭୋଇ ସେବକ -୬୭,ତିନିରଥର କରତି ସେବକ – ୪,ତୁମ୍ବ ବିନ୍ଧ କାରିଗର -୧,ପାହି ମହାରଣା-୨,ତିନିରଥ ରୂପକାର ସେବକ – ୧୭,ତିନିରଥର ଓଝା ସେବକ – ୧୨,ରଥଖଳା ସହାୟକ(ପାଣିବାଲା)-୧ ମୋଟ-୧୮୧