ଭୁବନେଶ୍ୱର,ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଗୋଡିବାରୀରେ ଥିବା ପୋଷା ହାତୀ ନନ୍ଦର ଆଜି ଭୋରୁ ମୃତ୍ୟୁ ହୋଇଛି । ରବିବାର ଠାରୁ ହାତୀଟି ଅସୁସ୍ଥ ଥିଲା । ଲଗାତର ଭାବେ ଚିକିତ୍ସା ଚାଲିଥିଲା । ମୃତ୍ୟୁର କାରଣ ଜଣାପଡିନାହିଁ । ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।
୨୦ ଦିନ ତଳେ ହାତୀଟି କୁ କୁମାରଖୁଂଟି ଅଂଚଳରେ ଟ୍ରାଙ୍କୁଲାଇଜ କରାଯାଇଥିଲା । ତାପର ଠାରୁ ହାତୀଟି ଅସୁସ୍ଥ ହୋଇ ପଡିଥିଲା । ରବିବାର ଭୋର ୪ଟାରେ ହାତୀ ଟି ଆପେ ଆପେ ଗଳି ପଡିବା ପରେ ହାତୀଟିକୁ ସାଲାଇନ ଲଗାଯାଇଥିଲା । ଖାଇବା ପିଇବା ଛାଡି ଦେଇଥିବା ନନ୍ଦର ଅବସ୍ଥା ବିଗିଡି ଯାଇଥିଲା । ଶେଷରେ ସୋମବାର ଦିନ ଭୋର ସମୟରେ ହାତୀଟିର ମୃତ୍ୟୁ ହୋଇଛି । ନନ୍ଦନକାନନରେ ଜନ୍ମ ହୋଇଥିବାରୁ ହାତୀର ନାଁ ନନ୍ଦନ ରଖାଯାଇଥିଲା ।