
ଭୁବନେଶ୍ୱର , ସନ୍ଥ କବି ଭୀମ ଭୋଇ ଏବଂ ସାନ୍ତାଳୀ କବି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି “ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି । ପରୋପକାର ଓ ମାନବବାଦ କ୍ଷେତ୍ରରେ ତାଙ୍କ ବିଚାରଧାରା ଉଦାହରଣ ହୋଇ ରହିଛି । ସମାଜରେ ଆଧ୍ୟାତ୍ମିକତାର ପ୍ରସାର ସହ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ପ୍ରୟାସ ସର୍ବଦା ପ୍ରେରଣାର ଉତ୍ସ ।”
ସେହିପରି “ଅଲ୍ ଚିକି ଲିପିର ସ୍ରଷ୍ଟା ତଥା ବିଶିଷ୍ଟ ସାନ୍ତାଳୀ କବି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି । ସାନ୍ତାଳୀ ଭାଷାର ସ୍ୱତନ୍ତ୍ର ଲିପି ରଚନା ଦ୍ୱାରା ଜନଜାତିଙ୍କ ଉନ୍ନତି ଓ ପ୍ରଗତି ସହ ସାହିତ୍ୟ ଏବଂ ଶିକ୍ଷାର ପ୍ରସାରରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ।” ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ ରେ ଉଲ୍ଲେଖ କରିଛନ୍ତି ।