
ଭୁବନେଶ୍ୱର,ସମବାୟ ନିର୍ବାଚନ ପାଇଁ ୭ ଜଣିଆ କମିଟି ଗଠନ କରିଛି ବିଜେଡି । ପ୍ରତାପ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂହଦେଓ , ସ୍ନେହାଙ୍ଗିନୀ ଛୁରିଆ, ବିକ୍ରମ କେଶରୀ ଆରୁଖ ପ୍ରମୁଖ ରହିଛନ୍ତି । ସମବାୟ ନିର୍ବାଚନ ପୂର୍ବରୁ ସୋମବାର ଦିନ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଦଳୀୟ ନେତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମବାୟ ନିର୍ବାଚନ ପାଇଁ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇଛି । ଜିଲ୍ଲା କମିଟି ଓ ପର୍ଯ୍ୟବେକ୍ଷକମାନଙ୍କ ସହ ସମନ୍ୱୟ ପାଇଁ ୪ ଟି ଜୋନାଲ କମିଟି ଗଠନ କରାଯାଇଛି । ସର୍ବୋପରି ଏକ ରାଜ୍ୟସ୍ତରୀୟ କମିଟି ଗଠନ ହୋଇଛି । ରାଜ୍ୟ କମିଟି ସପ୍ତାହକୁ ଥରେ ଜିଲ୍ଲା ଓ ଜୋନ୍ କମିଟିର ସମୀକ୍ଷା କରିବେ ।
ଆସନ୍ତା ଜୁନ୍ ୧୯ ଓ ୨୬ ତାରିଖରେ ଦୁଇଟି ପର୍ଯ୍ୟାୟରେ ସମବାୟ ନିର୍ବାଚନ ଅନୁଷ୍ଠିତ ହେବ ।