
ପୁରୀ,ଶ୍ରୀମନ୍ଦିର ନାଟ ମଣ୍ଡପରେ ଚଢ଼ିଥିବା ଜଣେ ଯୁବକଙ୍କୁ କାବୁ କରିବା ସହ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ସିଂହଦ୍ଵାର ଥାନା ପୋଲିସ । ଯୁବକ ଜଣକ କୋଲକାତା ବେଲଡଙ୍ଗାର ଅଂଚଳର ହୋଇଥିବା ସୂଚନା ମିଳିଛି । ତେବେ କ’ଣ ପାଇଁ ସେ ନାଟମଣ୍ଡପରେ ଚଢିଥିଲେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।
ପ୍ରକାଶ ଥାଉ କି, ଗତ କିଛି ଦିନ ତଳେ ଜଣେ କିନ୍ନର ଶ୍ରୀମନ୍ଦିର ସିଂହଦ୍ଵାର ମୁଖଶାଳା ଉପରୁ ତଳକୁ ଡେଇଁ ପ୍ରାଣ ହରାଇଥିଲେ । ତେବେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ଦ୍ଵାରା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।