ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଗତ କିଛି ମାସ ଧରି ବିଭିନ୍ନ ସମସ୍ୟା ଦେଇ ଗତି କରିଆସୁଛି । ଡାକ୍ତର ଅଭାବ ଯୋଗୁଁ ଏଠାରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏହାର ପ୍ରତିବାଦରେ ଆସନ୍ତା କାଲି ଠାରୁ ତିନି ଦିନ ଧରି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ମେଡିକାଲ ସମ୍ମୁଖରେ ଧାରଣା ଦିଆଯିବା ପାଇଁ ନିଷ୍ପତି ହୋଇଛି । ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ଜିଲ୍ଲା ସଭାପତି ବିଭୂତିଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରୁ ବହୁ ସଂଖ୍ୟାରେ କର୍ମୀ ଏହି ଧାରଣାରେ ଯୋଗଦେବାକୁ ଏବଂ ଆନ୍ଦୋଳନକୁ ସଫଳ କରିବାକୁ ଆହ୍ଵାନ କରାଯାଇଛି ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତି, ନୀଳମଣି ବିଶୋଇ, ସରୋଜ ସାବତ, ରଞ୍ଜନ ପଲେଇ, ସ୍ଵଚ୍ଛ ଭାରତ ସଂଯୋଜକ ମହେଶ ମହାନ୍ତି, ସ୍ଵାସ୍ଥ୍ୟ ସଂଯୋଜକ ଡା. ସୁବାଷ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗି ପ୍ରମୁଖ ଯୋଗ ଦେଇଥିଲେ ।