
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର କଳମ୍ବ ହାଇସ୍କୁଲ ନିକଟରେ ରାସ୍ତା ମଝିରେ ଗତ ଶନିବାର ମଧ୍ୟରାତ୍ରରେ ବିକାଶ ସାହୁ ଓରଫ କାଉ ନାମକ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ ହତ୍ୟା କରି ମୃତଦେହକୁ ରାସ୍ତାରେ ପକାଇ ଚାଲିଯାଇଥିଲେ । ଘଟଣାରେ ବିକାଶଙ୍କ ପରିବାର ପକ୍ଷରୁ ପୋଲସରା ଥାନାରେ ଏତଲା କରାଯାଇଥିଲା । ପୂର୍ବ ଶତୃତାରୁ ତାଙ୍କୁ ହତ୍ୟା କରାଯାଇଥିବା ଏତଲାରେ ଦର୍ଶାଯାଇଥିଲା । ଏତଲାକୁ ଭିତି କରି ଥାନାରେ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ କରିବା ସହ ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡାକୁ ମଧ୍ୟ ଜବତ କରିଛି । ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୁଷୋତମପୁର ଏସଡିପିଓ ।