ଘସିପୁରା,ଜନ୍ମଦିନରେ ଗଛ ଲଗାଇବାକୁ ୨ ବର୍ଷର କୋମଳମତି ଶିଶୁ ପ୍ରିତୀପ୍ରଜ୍ଞା ଆହ୍ବାନ କରିଛନ୍ତି। ଦିନକୁ ଦିନ ଗଛ କଟା ଯୋଗୁଁ ପୃଥିବୀର ଜଳଵାୟୁ ନଷ୍ଟ ହେବା ସହ ପରିଵେଶ ନଷ୍ଟ ହେଉଛି, ଏଣୁ ଗଛ ଲଗାଅ ଓ ଏହାର ଯତ୍ନ ନିଅ ବୋଲି ବାର୍ତ୍ତା ବାଣ୍ଟିଛନ୍ତି ପ୍ରିତୀପ୍ରଜ୍ଞା। ସରକାର ବୃକ୍ଷରୋପଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅନେକ ସ୍ଥଳେ ଗଛର ଚିହ୍ନ ବର୍ଣ୍ଣ ଦେଖାଯାଉନଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ଦେଖିବାକୁ ମିଳୁଛି। ୨ ବର୍ଷର କୋମଳମତୀ ଶିଶୁ ପ୍ରିତୀପ୍ରଜ୍ଞା ନିଜ ଜନ୍ମ ଦିନରେ ଆଜି ଆନନ୍ଦପୁର ଉପଖଣ୍ଡ ଝାଡେଶ୍ଵର କଲ୍ୟାଣ ମଣ୍ଡପ ପରିସରରେ ଏକ ଗଛ ଲଗାଇଵା ସହିତ ଶିଶୁ ଠାରୁ ବୃଦ୍ଧ ଯାଏ ସମସ୍ତେ ପରିଵେଶ ପାଇଁ ଗୋଟିଏ ଗୋଟିଏ ଗଛ ଲଗାଇଵା ପାଇଁ ନିଵେଦନ କରିଛନ୍ତି। ଉକ୍ତ ଉତ୍ସବରେ ଅତିଥି ଭାବେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ଡ଼. ସପନ କୁମାର ଦାସ, ଝାଡେଶ୍ଵର ମନ୍ଦିର କମିଟିର କୋଠ ତହସିଲଦାର ପିତାମ୍ବର ସା, ଆରତୀ ମହାକୁଡ଼ ସାମ୍ବାଦିକ ରତିକାନ୍ତ ସାହୁ, ଝାଡେଶ୍ଵର ସାହୁ, କାଠିଆ ଦେହୁରୀ ପ୍ରମୁଖ ଯୋଗଦେଇ ଗଛ ଲଗାଇଵା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
କାର୍ଯ୍ୟକ୍ରମକୁ ପରିଚାଳନାରେ ନିରଞ୍ଜନ ସାହୁ, ପ୍ରତିକ୍ରିଷ୍ଣା ସାହୁ, ଟୁକୁନ୍ ସାହୁ ପ୍ରମୁଖ ସହଯୋଗ କରିଥିଲେ ।