
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଗୁରୁଜଙ୍ଗ ପଂଚାୟତ ଭେଜିପଦର, ଗୁରୁଜଙ୍ଗ, କର୍ଲାପିଟା ଗ୍ରାମରେ ନୃସିଂହ ମହାପ୍ରଭୁଙ୍କ ପୂଜାର୍ଚନା କରାଯାଇଥିଲା। ଶ୍ରୀ ନୃସିଂହ ମହାପ୍ରଭୁଙ୍କୁ ବୈଶାଖ ମାସ ପ୍ରତିପଦା ତିଥିରୁ ଭେଜିପଦାର ଠାରେ ୧୫ ଦିନ ବ୍ୟାପି ନୃସିଂହ ମହାପୁରଣ ଓ ରାମାୟଣ ପାରାୟଣ, ନଗର କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ଗ୍ରାମାଞ୍ଚଳ ମୁଖରିତ ହୋଇଥିଲା। ପାରାୟଣ ପରେ ଆଜି ଯଜ୍ଞ ଉଯାପିତ ହୋଇ, ସମାପନ ହୋଇଛି। ଉଦଯାପନ ଅବସରରେ ନୃସିଂହ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି, କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ସହ ଘରେ ଘରେ ବନ୍ଦାପନା କରାଯାଇ ଭଗବାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ନଗର ପରିକ୍ରମା ପରେ ପୂର୍ଣ୍ଣାହୁତି ଯଜ୍ଞ କରାଯାଇଥିଲା ଏବଂ ପ୍ରସାଦ ସେବନ ହୋଇଥିଲା।
ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭେଜିପଦର ଗ୍ରାମର ପଙ୍କଜ ମାଝୀ, ପ୍ରତି ମାଝୀ କର୍ତ୍ତା ଭାବରେ କାର୍ଯ୍ୟ ତୁଲାଇ ଥିବାବେଳେ ଚିନ୍ତାମଣି ସାହୁ, କମ୍ବୁପାଣି ଗହୀର, ଲୋଚନ ସାହୁ, ଲଳିତା ସାହୁ, ଭାଗ୍ୟବତୀ ସାହୁ, ସଜନା କେତକୀ, ନରସିଙ୍ଗ ଗହୀର, ତନୁ କେତକୀ, ଗୁରଯୁଙ୍ଗରୁ ଧବଳେଶ୍ଵର ବେହେରା, ଜ୍ୟୋତ୍ସ୍ନା ବେହେରା, ଗଙ୍ଗାଧର ବେହେରା, ପାର୍ବତୀ ବେହେରା, ସୁରଭି, ଶାନ୍ତି, ସିନ୍ଧୁର, କାହ୍ନୁ ହରିଜନ ପ୍ରମୁଖ ଗ୍ରାମବାସୀ ସହଯୋଗ କରିଥିଲେ।ଏହି ଯଜ୍ଞରେ ପୁରୋହିତ ଥିଲେ ସଏଲେନ୍ଦ୍ର ଶତପଥୀ ।