
କେନ୍ଦ୍ରାପଡ଼ା – ଆଇନ୍ ସେବା ପ୍ରାଧିକରଣ ତରଫରୁ ରାଷ୍ଟ୍ରୀୟ ଆଇନ୍ସେବା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଆନୁକୁଲ୍ୟରେ ରାଷ୍ଟ୍ରୀୟ ଆଇନ୍ସେବା ଦିବସ ପାଳନ ହୋଇଯାଇଛି । ଏ ଉପଲକ୍ଷେ ସୋମବାର ସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା କୋର୍ଟ ପରିସରରୁ ବାହାରି ଆମ୍ବେଦ୍କର ଭବନକୁ ଯାଇଥିଲା । ସ୍କୁଲ୍ ଛାତ୍ରଛାତ୍ରୀମାନେ ହାତରେ ସଚେତନତା ବାର୍ତା ଧରି ସହର ପରିକ୍ରମା କରିଥିଲେ । ଆମ୍ବେଦ୍କର ଭବନଠାରେ ଜିଲ୍ଲା ଅତିରିକ୍ତ ଦୈାରାଜର୍ଜ ମୋହନ୍ ରାଓ ଦୋରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନ, ବିଚାରପତି ଶର୍ମିଷ୍ଟା ଜେନା,ପାରସ ପାଢି ପ୍ରମୁଖ ଯୋଗଦେଇ ଉପସ୍ଥିତ ଥିବା ଲୋକଙ୍କୁ ଆଇନ୍ ଆଗରେ ସମସ୍ତେ ସମାନ୍, ନାରୀ ନିର୍ଯ୍ୟାତନା, ଶିଶୁ ଶ୍ରମିକ, ଭୃଣ ହତ୍ୟା ପ୍ରମୁଖ ସମାଜରୁ ଦୂର କରାଯିବା ଦିଗରେ ଆଲୋକପାତ କରିଥିଲେ । ନାଲ୍ସାର ବିଭିନ୍ନ ସମାଜ କଲ୍ୟାଣକାରୀ ସ୍କିମ୍ ଉପରେ ଜନସାଧାରଣଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇନ୍ସେବା ପ୍ରାଧିକରଣର କର୍ମକର୍ତା ଓ ପି.ଏଲ୍.ଭି ସଦସ୍ୟ ସହଯୋଗ କରିଥିଲେ ।