ଭୁବନେଶ୍ୱର,ଆଣ୍ଡାମାନ ସାଗରକୁ ପ୍ରବେଶ କରିଛି ମୌସୁମୀ । ସୋମବାର ଦିନ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଂଚଳକୁ ଅଗ୍ରସର ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ଲହି ସୂଚନା ଦିଆଯାଇଛଇ । ଚଳିତ ବର୍ଷ ସ୍ୱାଭାବିକ ସମୟ ଠାରୁ ଶୀଘ୍ର ମୌସୁମୀ ପହଂଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସାଧାରଣତଃ ଜୁନ୍ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ । ଏହାର ୧୦ ଦିନ ମଧ୍ୟରେ ମୌସୁମୀ ଓଡିଶାରେ ପହଂଚିଥାଏ । ଏଥର ମେ ୨୭ ତାରିଖରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି ।
Related Stories
November 23, 2024