
ଭୁବନେଶ୍ୱର , ରାଜ୍ୟ ଯୁବ ସାମ୍ମୁଖ୍ୟ ସମିତି ଆନୁକୂଲ୍ୟରେ ପବିତ୍ର ବୁଦ୍ଧ ଜୟନ୍ତୀ ଉପଲକ୍ଷେ ସୋମବାର ପୂର୍ବାହ୍ନରେ କଳିଙ୍ଗ ହସ୍ପିଟାଲ ଛକରୁ ଏକ ଶାନ୍ତି ପଦଯାତ୍ରା ବାହାରି ମହାତ୍ମା ଗାନ୍ଧୀ ପାର୍କରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପାଦପଦ୍ମରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବୁଦ୍ଧଙ୍କର ମହତ୍ ବାଣୀର ଉଦ୍ଦେଶ୍ୟ ଥିଲା ବିଶ୍ୱବାସୀ ଶାନ୍ତି ବାତାବରଣରେ ଜୀବନ ଯାପନ କରନ୍ତୁ । ସେହି ତାତ୍ପର୍ଯ୍ୟକୁ ସାକାର କରିବା ପାଇଁ ରାଜ୍ୟ ଯୁବ ସାମ୍ମୁଖ୍ୟ ସମିତିର କର୍ମକର୍ତ୍ତାମାନେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ପାଳନ କରି ଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ ସମିତିର ସମ୍ପାଦକ ଅଭୟ ବଡ଼ଜେନା, ବରିଷ୍ଠ ସ୍ତମ୍ଭକାର ସୁଧାଂଶୁ ମହାପାତ୍ର, ନିର୍ମଳ ମଲ୍ଲିକ, ପ୍ରମୋଦ ପରିଡ଼ା ପ୍ରମୁଖ ଯୋଗଦାନ କରିଥିଲେ ।