ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆବୁଧାବିର ଶାସକ ମାନ୍ୟବର ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହ୍ୟାନଙ୍କୁ ୟୁଏଇର ନୂତନ ରାଷ୍ଟ୍ରପତି ଭାବରେ ର୍ନିବାଚିତ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ୟୁଏଇର ନୂତନ ରାଷ୍ଟ୍ରପତି ଭାବରେ ର୍ନିବାଚିତ ହୋଇଥିବାରୁ ଆବୁଧାବିର ଶାସକ ମାନ୍ୟବର ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହ୍ୟାନଙ୍କୁ ମୋର ଶୁଭେଚ୍ଛା । ମୋର ବିଶ୍ୱାସ ଅଛି ଯେ ତାଙ୍କର ବହୁମୁଖୀ ଓ ଦୂରଦୃଷ୍ଟି ନେତୃତ୍ୱ ଆମର ରଣନୀତିକ ସହଭାଗିତାକୁ ଗଭୀର କରିବା ଜାରି ରଖିବ ।”