
ବଲାଙ୍ଗିର,ରୋଟାରୀ କ୍ଲବ ଅଫ ଇଲାଇଟ ପକ୍ଷରୁ ସଦର ବ୍ଲକ ବିଡିଘାଟ ପଞ୍ଚାୟତର ଜନକପୁର ଗ୍ରାମରେ ‘ଦୃଷ୍ଟି-ଭିଜନ ଫର ଅଲ୍’ ଅଧିନରେ ଏକ ମୋତିଆବିନ୍ଦୁ ଚିହ୍ନଟ ଶିବିର ହୋଇଯାଇଛି । ଗ୍ରାମର ନବକିଶୋର ଯୁବକ ସଂଘ ଓ ରୋଟାରୀ ପକ୍ଷରୁ ମିଳିତ ଭାବରେ ଆୟୋଜିତ ଏହି ଶିବିରରେ ଡା. ବିଷ୍ଣୁପ୍ରସାଦ ମିଶ୍ର, ଡା.ରଘୁ ଏସି,ନେତ୍ର ସମ୍ବଦ୍ଧୀୟ ସହାୟକ ମନୋରଞ୍ଜନ ଦୀପ ସହଯୋଗ କରିଥିଲେ । ଗ୍ରାମର ୩୬ଜଣ ବ୍ୟକ୍ତି ନିଜ ନାମ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୮ଜଣ ମୋତିଆବିନ୍ଦୁ ରୋଗରେ ପିଡିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା । ଆସନ୍ତା ମେ ୨୦ ତାରିଖରେ ଚକ୍ଷୁ ବିଶେଷଜ୍ଞ ଡା. ମିଶ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ ଚିହ୍ନଟ ବ୍ୟକ୍ତିଙ୍କ ମାଗଣା ମୋତିଆବିନ୍ଦୁ ଅପରେସନ କରାଯିବ ବୋଲି କ୍ଲବ ତରଫରୁ ସୂଚନା ଦିଆଯାଇଛି । ଶିବିରରେ ଗ୍ରାମର ଜଣେ ଶତାୟୁ ବର୍ଷର ବୃଦ୍ଧା ମଦନା ଭୋଇ ଯୋଗ ଦେଇ ନିଜ ଆଖି ପରୀକ୍ଷା କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସନ୍ଦୀପ ପାଣିଗ୍ରାହୀ, ପୁର୍ବତନ ସଭାପତି ସଞ୍ଜୀବ ନାଏକ, ଚଗଲା ପରିଚ୍ଛା, ରିଙ୍କୁ ପାତ୍ର, ନନ୍ଦିତା ପରିଚ୍ଛା, ଧର୍ମେନ୍ଦ୍ର ନନ୍ଦ, ଦୀପିକା ପାଣିଗ୍ରାହୀ ସହଯୋଗ କରିଥିଲେ । ସେହିପରି ଯୁବକ ସଂଘର ଦିଲ୍ଲୀପ ବିଶ୍ୱାଳ, ଲିଙ୍ଗରାଜ ରାଉତ, ଦୈତାରୀ ବାଗ, ଉପେନ ଦୀପଌ, ପ୍ରଭାତ ଭୋଇଙ୍କ ସମେତ ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।