-
ବନ୍ଦ ଘରୁ ପୋଲିସ ଉଦ୍ଧାର କଲା
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମା ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଗ୍ରାମର କିଶୋର ଦାଶ ଓ ମଞ୍ଜୁ ଦାଶ ଦେବୀ ମନ୍ଦିରରେ ପୂଜା କରୁଥିବା ସମୟରେ ଏମାନେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଗ୍ରାମବାସୀ ସେମାନଙ୍କୁ ଧରିନେଇ ପ୍ରବଳ ମାଡ଼ ମାରିବା ସହ ଦାନ୍ତ ଭାଙ୍ଗି ଥିଲେ ଓ ବିଷ୍ଟା ଖୁଆଇଥିଲେ । ଏହାପରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗ୍ରାମର ଏକ ଘରେ ଚାବି ପକାଇ ଅଟକ ରଖିଥିଲେ । ଖବର ପାଇ ରମ୍ଭା ପୋଲିସ ଆଜି ସକାଳେ ଘଟଣାସ୍ଥଳରେ ପହଂଚି ଅଟକ ଥିବା ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ଘଟଣାର ତଦନ୍ତ ଚଳାଇଛି ।