ଏକ ଦିବ୍ୟ,ହିଂସା ମୁକ୍ତ, ସୁଭଦ୍ର ସମାଜ ଗଠନର ଆଭିମୁଖ୍ୟ ନେଇ ପରଂପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଜୀ ଙ୍କ ଦ୍ଵାରା ପ୍ରତିଷ୍ଠିତ ବ୍ୟକ୍ତି ବିକାଶ କେନ୍ଦ୍ର ବା ଆର୍ଟ ଅଫ ଲିଭିଙ୍ଗ ବିଶ୍ଵର ୧୬୦ ରୁ ଅଧିକ ଦେଶରେ ଲୋକମାନଙ୍କ ର ମାନସିକ, ଶାରୀରିକ ଓ ଆଧ୍ୟାତ୍ମିକ ପ୍ରଗତି ପାଇଁ କାର୍ଯ୍ୟ କରିଆସୁଛି।
ବିଭିନ୍ନ ସେବାମୂଳକ କାର୍ଯ୍ୟ,ସାଧନା, ସତସଙ୍ଗ,ଯୋଗ ପ୍ରାଣାୟମ ସହ ଭାରତୀୟ ସନାତନ ପରମ୍ପରା, ସଂସ୍କୃତି ଏବଂ ବେଦ କର୍ମକାଣ୍ଡ ଆଦି ର ଉଥାନ ପାଈଁ ଆର୍ଟ ଅଫ ଲିଭୀଙ୍ଗ ସଦାସର୍ବଦା କାର୍ଯ୍ୟ କରିଆସୁଛି। ସାରା ବିଶ୍ବରେ ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କ ଦ୍ଵାରା ଏହା ପ୍ରମାଣିତ ହୋଇଛି ଯେ ପରମପୂଜ୍ୟ ରବିଶଙ୍କର ଜି ଙ୍କ ଦ୍ଵାରା ପ୍ରତିଷ୍ଠିତ ଓ ପ୍ରଶିକ୍ଷିତ ସୁଦର୍ଶନ କ୍ରିୟା ଦ୍ଵାରା କୋଟି କୋଟି ଲୋକଙ୍କ ଜୀବନରେ ଶାରୀରିକ,ମାନସିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି।
ସେହି ବନ୍ଦିତ,ଚର୍ଚ୍ଚିତ ଓ ପୂଜିତ ମହାନ୍ ସଦଗୁରୁଙ୍କ ଜନ୍ମୋତ୍ସବ ମଇ ମାସ ୧୩ ତାରିଖରେ ସମଗ୍ର ବିଶ୍ୱର ପ୍ରତ୍ୟେକ ଆର୍ଟ ଅଫ ଲୀଭିଙ୍ଗ ସେଣ୍ଟର୍ ରେ ମହାସମାରୋହରେ ପାଳନ କରାଯାଏ।
ସେହି ଶୁଭ ଅବସରରେ ଅନୁଷ୍ଠାନ ର ପୁରୀ ଶାଖା ଦ୍ଵାରା ପୁରୀ ଷ୍ଟେସନ ରୋଡ଼ ସ୍ଥିତ ନାଓମି ବିଲଡିଂ ପରିସରରେ ପାଳନ କରାଯାଇଛି। ପ୍ରାତଃ ୬ ଘଟିକା ସମୟରେ ପ୍ରଶିକ୍ଷକ ପ୍ରଦୀପ ସାହୁ,ଅଶୋକ ମିଶ୍ର,ପ୍ରଫୁଲ୍ଲ ମିଶ୍ର, ଗୀତା ଜେମା, ସୁବାସ ଜି ଏବଂ ରଞ୍ଜିତ ଜି ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଭକ୍ତମାନଙ୍କ ଦ୍ଵାରା ସୁଦର୍ଶନ କ୍ରିୟା ସହ ଗୁରୁ ପୂଜନ କରାଯାଇଥିଲା। ସନ୍ଧ୍ୟାରେ ରୋଜାଲିନ ସାମନ୍ତରାୟଙ୍କ ଦ୍ଵାରା ଭାଗବତ ପାଠ କରାଯିବା ସହ ବେଦ ପାଠ, ସତସଙ୍ଗ ଓ ଧ୍ୟାନ ଅନୁଷ୍ଠିତ ହୋଇଥିଲା। ଏଥିସହ ଅନୁଷ୍ଠାନ ଦ୍ଵାରା ଆୟୋଜିତ ବେଦ ବିଜ୍ଞାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା।
ସେହିପରି ସେବା କାର୍ଯ୍ୟ ନିଜର ଦକ୍ଷତା ପ୍ରତିପାଦନ କରିଥିବା ସୁନିଲ ଜେନା, ସୁଚିଶ୍ମିତା ମହାନ୍ତି ଓ ବ୍ରଜକିଶୋର ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ଭକ୍ତ ଓ ଅତିଥିଙ୍କ ନିମନ୍ତେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା।
ଶ୍ରୀ ପୁରୁଷୋତ୍ତମ ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ସଂଘମିତ୍ରା ମହାନ୍ତି, ସତ୍ୟରଞ୍ଜନ ମିଶ୍ର,ଶ୍ରୀନିବାସ ପାତ୍ର,ସତ୍ୟନାରାୟଣ ସାହୁ, କାହ୍ନୁ ଚରଣ ସାହୁ, ଦେବରାଜ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Related Stories
November 24, 2024
November 24, 2024