-
ରନ୍ଧନ ଗ୍ୟାସ,ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ବିରୋଧ,
ପୁରୀ ବିଧାନସଭା ଛାତ୍ର କଂଗ୍ରେସର ପ୍ରଥମ ସାଙ୍ଗଠନିକ ବୈଠକ ଭି.ଆଇ.ପି. ରୋଡ ସ୍ଥିତ ଇନ୍ଦିରା କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଛି l
ଏହି ବୈଠକରେ ବରିଷ୍ଠ ଆଇନଜୀବୀ ତଥା ପୁରୀ ଜ଼ିଲ୍ଲା କଂଗ୍ରେସ ଲିଗାଲ ସେଲ ସଭାପତି କାଳୀ ପ୍ରସାଦ ନାୟକ, ଆଇନଜୀବୀ ଓ ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଏବଂ ଆଇନଜୀବୀ ତଥା ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ପୂର୍ବତନ ସଭାପତି ସୁକାନ୍ତ ପ୍ରଧାନ ମହୋଦୟ ସାମିଲ ହୋଇ ନିଜ ଛାତ୍ର କଂଗ୍ରେସ ସଦସ୍ୟ ଥିବା ସମୟର ଅନୁଭୂତି ରଖିବା ସହ ଛାତ୍ର କଂଗ୍ରେସକୁ ଆଗାମୀ ଦିନରେ କିପରି ମଜବୁତ କରାଯିବ ତଥା ପୁରୀ ସହରର ମୌଳିକ ସମସ୍ୟାକୁ ନେଇ କିପରି ଲଢେଇ ଜୋରଦାର ହେଵ ତାହା ନେଇ ଚର୍ଚା ହୋଇଥିଲା l
ପୁରୀରେ ବିଦ୍ୟାଳୟ ରହିଛି କିନ୍ତୁ ଶିକ୍ଷକଙ୍କ ଅଭାବ ରହିଛି l ମହାବିଦ୍ୟାଳୟ ରହିଛି କିନ୍ତୁ ଅଧ୍ୟାପକଙ୍କ ଅଭାବ ରହିଛି l କଣ୍ଟ୍ରକଚୁଆଲ ଅଧ୍ୟାପକମାନଙ୍କୁ ପରମାନେଣ୍ଟ କରାଯାଉନି l ଡାକ୍ତରଖାନା ରହିଛି କିନ୍ତୁ ଡାକ୍ତରଙ୍କ ଦେଖା ମିଳୁନି l
ରୋଗୀ ମାନଙ୍କୁ ଭୁବନେଶ୍ୱର ତଥା କଟକ ପଠାଇ ଦିଆଯାଉଛି l
ଏତତ୍ ବ୍ୟତୀତ ଜଗତର ନାଥ ଜଗନ୍ନାଥଙ୍କୁ ନେଇ ଏଠାରେ ହେଉଥିବା କୌଣସି ରାଜନୀତିକୁ ଛାତ୍ର କଂଗ୍ରେସ ବରଦାସ୍ତ କରିବ ନାହିଁ ଓ ଏହାକୁ କେନ୍ଦ୍ର କରି ଆଗାମୀ ଦିନରେ ଉଭୟ ଶାସକ ଦଳ ଓ ଜ଼ିଲ୍ଲା ମୁଖ୍ୟ ଜ଼ିଲ୍ଲାପାଳଙ୍କୁ ଛାତ୍ର କଂଗ୍ରେସ ଘେରିବ ବୋଲି ବୈଠକରେ ନିଜ ମତ ବ୍ୟକ୍ତ କରିଛନ୍ତି ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର l
ବୈଠକ ଶେଷ ପରେ ଛାତ୍ର କଂଗ୍ରେସ କର୍ମୀ ମାନେ ରନ୍ଧନ ଗ୍ୟାସ ପେଟ୍ରୋଲ ଡିଜେଲ ଆଦିର ଦରବୃଦ୍ଧିକୁ ନେଇ ଭି.ଆଇ.ପି. ରୋଡ ଠାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣା ନୀତିକୁ ବିରୋଧ କରି ନିଆରା ଢଙ୍ଗରେ ଗ୍ୟାସ ସିଲିଣ୍ଡର ଓ ମୋଟର ସାଇକେଲ କୁ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l
ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ନରେନ୍ଦ୍ର ମୋଦୀ ଏବଂ ତତ୍କାଳୀନ ବିଜେପି ଓ ତାର ସହଯୋଗୀ ଦଳ ଉପା ସରକାର ଦ୍ଵାରା ୧ ଟଙ୍କା ଗ୍ୟାସ ଦରବୃଦ୍ଧି କରାଗଲା ବେଳେ ରାଜରାସ୍ତାରେ ଚିତ୍କାର କରୁଥିଲେ । ୨୦୧୪ ମସିହାରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ କ୍ଷମତାସୀନ ହେଲା ବେଳକୁ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୪୧୦ ଟଙ୍କା ଥିଲା । ଅର୍ଥାତ ମନମୋହନ ସିଂ ଙ୍କ ଅମଳ ରେ ଏହା ସର୍ବୋଚ୍ଚ ୪୧୦ ଟଙ୍କା ଥିଲା । ଏବେ ନିକଟରେ ଗ୍ୟାସ ସିଲିଣ୍ଡର ମୁଲ୍ୟ ଏକ ହଜାର ୪୯ ଟଙ୍କା ୫୦ ପଇସା ରେ ପହଞ୍ଚିଛି । ତିନି ଦିନ ତଳେ ୫୦ ଟଙ୍କା ବଢ଼ିଲା ।ଉପା ସରକାର ୧୦୦୦ ଟଙ୍କା ରେ ୨ ଟା ସିଲିଣ୍ଡର ଦେଉ ଥିବାବେଳେ ମୋଦି ସରକାର ୧୦୦୦ ଟଙ୍କାରେ ଗୋଟିଏ ଦେଉଛନ୍ତି । ମୋଦି ସରକାର ହାଣ୍ଡି ଶାଳାରେ ମହଙ୍ଗା ମାଡ କରୁଛନ୍ତି । ସେପଟେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଆକାଶ ଛୁଆଁ ହୋଇଥିବା ବେଳେ ଘରୋଇ ରନ୍ଧନ ଗ୍ୟାସ ଟାଙ୍କି ( ୧୪.୨ କେଜି) ପିଛା ୧୦୦୦ ଟଙ୍କା ପାର । ଜନସାଧାରଣ ଙ୍କ ଉପରେ ବେଡି ଉପରେ କୋରଡ଼ା ମାଡ ସଦୃଶ । ଏବେ ଉଭୟ ପ୍ରେଟୋଲ ଓ ଡିଜେଲ ଲିଟର ପିଛା ୧୦୦ ଟଙ୍କା ଉପରେ ବଢି ଚାଲିଛି । ମନମୋହନ ସିଂ ସରକାର ଡିଜେଲ ଲିଟର ୫୫ ଟଙ୍କା ଓ ପ୍ରେଟୋଲ ଲିଟର ୬୫ ଟଙ୍କାରେ ଦେଉଥିଲେ । ଯେତେବେଳେ କି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ରୁ ୧୪୦ ଡଲାର ଭିତରେ ଥିଲା । ଏବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ର ବ୍ୟାରେଲ ପିଛା ଦର ୪ ବର୍ଷ ହେବ ୩୦ ଡଲାର ରୁ ୧୦୦ ଡଲାର ମଧ୍ୟରେ ରହିଥିବା ବେଳେ ପ୍ରେଟୋଲ ଓ ଡିଜେଲ ଦର ହୁ ହୁ ବଢି ଚାଲିଛି ଏବଂ ରାଜ୍ୟର ବିଜେଡି ସରକାର କେନ୍ଦ୍ର ସରକାରଙ୍କର ଏହି ଦର ବୃଦ୍ଧି କୁ ନୀରବ ସମର୍ଥନ ଜଣାଇ ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳୁଛି ବୋଲି ଆଶୁତୋଷ ନିଜ ମତ ବ୍ୟକ୍ତ କରିଥିଲେ l
ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ରଙ୍କ ନେତୃତ୍ୱରେ ଅଗସ୍ତିନ ଜୋସେଫ, ସାହିଲ ମହାନ୍ତି, ଅଭିଷେକ ନାୟକ, ଆଦିତ୍ୟ କୁମାର, ଷ୍ଟିଫେନ ଜୋସେଫ, ସୋମନାଥ ନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l