-
ଗ୍ରାମାଂଚଳର ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
-
ନାଲମ ଠାରେ ଶ୍ରୀ ନୃସିଂହ ଦେବଙ୍କ ଯଜ୍ଞ ପୂର୍ଣ୍ଣାହୁତି ପୂଜାରେ ସପରିବାର ସାମିଲ
-
କଣିହାଁ ବ୍ଲକର ପ୍ରଜାମଣ୍ଡଳ ଶହୀଦ୍ ସ୍ମୃତି ସ୍ତମ୍ଭରେ ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଲେ
-
ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ଓ ତାଳଚେର ଗଡଜାତ ଆନ୍ଦୋଳନର ପୁରୋଧା ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କଲେ
ଅନୁଗୋଳ, ଅନୁଗୋଳ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କଣିହାଁ ସମେତ ବିଭିନ୍ନ ଅଂଚଳରେ ସ୍ଥାନୀୟ ବାସୀଙ୍କୁ ଭେଟି ଗ୍ରାମାଂଚଳର ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ କଣିହାଁ ଠାରେ ସ୍ଥାନୀୟ ଜନସାଧାରଣଙ୍କ ସହ ସାକ୍ଷାତ୍ କରି ଅଂଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ପରେ କଣିହାଁ ବାଇପାସ୍ ଛକ ସ୍ଥିତ ତାଳଚେର ପ୍ରଜାମଣ୍ଡଳ ଶହୀଦ୍ ସ୍ମୃତି ସ୍ତମ୍ଭକୁ ଯାଇ ପ୍ରଜାମଣ୍ଡଳ ଆନ୍ଦୋଳନରେ ଶହୀଦ ହୋଇଥିବା ବୀର ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରେ ପ୍ରଜାମଣ୍ଡଳ ଭବନ ପରିସରରେ ଶାନ୍ତି ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହାପରେ କଣିହାଁ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଭବନଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନାଲମ ଠାରେ ଶ୍ରୀ ନୃସିଂହ ଦେବଙ୍କ ପବିତ୍ର ଜନ୍ମୋତ୍ସବ ଅବସରରେ ଆୟୋଜିତ ଯଜ୍ଞ ପୂର୍ଣ୍ଣାହୁତି ପୂଜାରେ ସପରିବାର ସାମିଲ ହୋଇଥିଲେ । କୂଳ ଦେବତା ପ୍ରଭୁ ନୃସିଂହ ଦେବଙ୍କ ନିକଟରେ ଜଗତର କଲ୍ୟାଣ ଏବଂ ମାନବ ଜାତିର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ ।
ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଣିହାଁ ବ୍ଲକ ତାଳପଦା ଶିବ ମନ୍ଦିରରେ ବାବା ଶିଂଘେଶ୍ୱର ଏବଂ ଦୁର୍ଗାପୁରରେ ମାଆ ଦୁର୍ଗାଙ୍କ ମନ୍ଦିରରେ ଦର୍ଶନ କରିଥିଲେ ।