
ଭୁବନେଶ୍ୱର. ଦିଲ୍ଲୀର ମୁଣ୍ଡକା ଠାରେ ହୋଇଥିବା ଭୀଷଣ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ କରି କହିଛନ୍ତି ଯେ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଏତେ ଜଣଙ୍କର ଜୀବନହାନୀ ସୂଚନା ଶୁଣି ମୁଁ ଦୁଃଖିତ । ଏଥିରେ ମୃତ୍ୟୁବରଣ କରିଥିବା ଲୋକ ମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।