ନୂଆପଡା – ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପଲସଦା ପଂଚାୟତର ଚିହ୍ନଟ ନୂତନ ଜମିରେ ପଂଚାୟତ କାର୍ଯ୍ୟାଳୟ ଅତିଶିଘ୍ର ନିର୍ମାଣ କରିବାକୁ ପଲସଦା ପଂଚାୟତବାସୀ ଦାବୀ କରିଛନ୍ତି । ପଂଚାୟତ କାର୍ଯ୍ୟାଳୟ ଭଡାରେ ଚାଳୁଥିବାରୁ ଅନେକ ଅସୁବିଧା ଦେଖା ଦେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରିବାର ପାଖାପାଖି ୪ ମାସରୁ ଅଧିକ ହୋଇଯାଇଥିଲେ ମଧ୍ୟ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ କରାଯାଉନଥିବାରୁ ଅନେକ ଅସୁବିଧା ଦେଖାଦେଉଥିବା ଅଭିଯୋଗ ହେଉଛି । ଗତ ଜୁଲାଇ ୧୯ ତାରିଖ ଦିନ ପଲସଦା ପଂଚାୟତର ନୂତନ କାର୍ଯ୍ୟାଳୟ ନିର୍ମାଣକୁ ନେଇ ଜମି ଚିହ୍ନଟ ପକ୍ରୀୟା ବିଳମ୍ବକୁ ନେଇ ପଲସଦା ପଂଚାୟତବାସୀଙ୍କ ଦ୍ୱାରା ଖଡିଆଳ-ବୋଡେନ ରାଜପଥକୁ ଅବରୋଧ କରାଯାଇଥିଲା । ଅବରୋଧ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତ ବିବାଦୀୟ ଜମିକୁ ଚିହ୍ନ କରି ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ୩୫ ଲକ୍ଷ ଟଙ୍କା ଧାର୍ଯ୍ୟ ମଧ୍ୟ କରିସାରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟ ନିର୍ମାଣ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏନେଇ ପଲସଦା ସରପଂଚ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ପଂଚାୟତବାସୀ ନୂଆପଡା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ପିଡି, ଡିପିଓ, ଆରକ୍ଷୀ ଅଧିକ୍ଷକ, ବୋଡେନ ତହସିଲଦାରଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଥିବା ନେଇ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।
Related Stories
November 23, 2024