ଭୁବନେଶ୍ୱର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନ୍ୟାୟଳୟରେ ବିଚାରାଧୀନ ରହିଛି । ତେଣୁ ଏହାର ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖା ଯାଉ । ଇନଟାକ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଅନୁରୋଧ କରାଯାଇଛି ।
ଇନଟାକର ଓଡ଼ିଶା ଆବାହକ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଅମୀୟଭୂଷଣ ତ୍ରିପାଠୀ ଏହି ଚିଠିରେ ଲେଖିଛନ୍ତି ଯେ ଏଏସଆଇର ଅନୁମତି ନିଆ ନଯାଇ ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳର ଶହେ ଫୁଟ୍ ଦୂରତା ଭିତରେ ନିର୍ମାଣ କାର୍ଯ୍ୟ ହେଉଛି । ଏହାକୁ ନେଇ ରାଜନୈତିକ ବାଦପ୍ରତିବାଦ ଲାଗି ରହିଛି । ଏହାକୁ ନେଇ ଜଗନ୍ନାଥଙ୍କ ଭକ୍ତମାନେ ଦ୍ୱନ୍ଦ୍ୱରେ ଅଛନ୍ତି ।
ସେ ଚିଠିରେ ଉଲ୍ଲେଖ ରହିଛି ଯେ ଶ୍ରୀମନ୍ଦିର ୧୦୦ ମିଟର ପରିଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ହେଲେ ମେଘନାଦ ପଚେରୀ ଉପରେ ପ୍ରଭାବ ପଡ଼ିବ । ପ୍ରକଳ୍ପ ଆରମ୍ଭରୁ ଆମସର ଆକ୍ଟ ଯାହା ଉଲଂଘନ ହୋଇଛି । ୯ ତାରିଖରେ ହାଇକୋର୍ଟ ଏଏସଆଇକୁ ଆଉ ଏକ ରିପୋର୍ଟ ମାଗିଛନ୍ତି । ତେଣୁ ଏ ଏସ ଆଇ ପରବର୍ତ୍ତୀ ରିପୋର୍ଟ ଦେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖାଯାଉ ବୋଲି ଏଥିରେ ଅପିଲ କରାଯାଇଛି ।