ଘସିପୁରା,ଚୋରକୁ ସୁନାଲକେଟ ଫେରାଇବା ପାଇଁ ଦାବୀ କରିବାରୁ ଚୋର ଓ ତାଙ୍କ ସାଥି ମାନେ ଦମ୍ପତିଙ୍କୁ ଲୁହାଛଡ଼ରେ ମାଡ ମାରି ଲହୁ ଲୁହାଣ କରିଛନ୍ତି। ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରଯାଇଛି।
ସୂଚନାରୁ ଜଣାଯାଏ, ଘସିପୁରା ଥାନା ଅନ୍ତର୍ଗତ ବଡ଼ ଏକତାଳି ଗ୍ରାମରପୂର୍ଣ୍ଣ ଚନ୍ଦ୍ର ପାତ୍ରଙ୍କ ଘରୁ୧୫ ଦିନ ପୂର୍ବରୁ ଶ୍ରୀମତୀ ଲୋହାର, ନଟପୃଷ୍ଠି ପୁଅ କାଳିନ୍ଦି ପୃଷ୍ଟି ମିଶି ସୁନା ଲକେଟ, ଗରିଆ, ମାଡ଼ିଆ ସହିତ ଆସବାବପତ୍ର ଚୋରୀ କରିଥିଲେ। ଧରା ପଡିବା ପରେ ସମସ୍ତ ଆସବାବପତ୍ର ଫେରାଇ ଦେବାପାଇଁ କାଳିନ୍ଦି ପୃଷ୍ଟି ପ୍ରତିଶ୍ରୁତି ଦେଇଥିଲା ହେଲେ। ୧୫ ଦିନ ବିତିଯାଇଥିବାରୁ ପୂର୍ଣ୍ଣଚନ୍ଦ୍ର ପାତ୍ର, ଦୀପ୍ତିମୟୀ ପାତ୍ର ଚୋରୀ ଆସବାବ ପତ୍ର ସହ ଛୁଆରସୁନା ଲକେଟ ଫେରାଇ ଦେବାପାଇଁ କାଳିନ୍ଦି ପୃଷ୍ଟିକୁ କହିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଶ୍ରୀମତୀ ଲୋହାର, କାଳିନ୍ଦି ପୃଷ୍ଟି , ବାବୁଲି ଲୋହାର, ଲିପି, ଲୋହାର ମିଳିତ ଭାବେ ପୂର୍ଣ୍ଣଚନ୍ଦ୍ର ପାତ୍ର, ଓ ତାଙ୍କ ସ୍ତ୍ରୀ ଦୀପ୍ତିମୟୀ ପାତ୍ରଙ୍କୁ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ଏଥିରେ ସ୍ଵାମୀ ଓ ସ୍ତ୍ରୀ ଉଭୟ ଗରୁତର ହୋଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ହୋଇଥିବା ଜଣାପଡ଼ିଛି । ଏନେଇ ପରିବାର ପକ୍ଷରୁ ଘସିପୁରା ଥାନାରେ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ଦୀପ୍ତିମୟୀ ପାତ୍ର ଅଭିଯୋଗ କରିଥିବା ବେଳେ ଘସିପୁରା ପୁଲିସ ଘଟଣାର ଅନୁସଂନ୍ଧାନ ଚଳାଇଛି ।