
କନ୍ଧମାଳ, ଫୁଲବାଣୀ ସହରର ସ୍ଥାନୀୟ ଜ଼ିଲ୍ଲା କ୍ରୀଡା କାର୍ଯ୍ୟାଳୟ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆନ୍ତର୍ଜାତିକ ଯୋଗ କାର୍ଯ୍ୟକ୍ରମ ପାଇଁ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଯୋଗଦେଇଥିବା ବେଳେ ସମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଆର୍ମି ଅଫିସର ବିଷ୍ଣୁ ପ୍ରସାଦ ମିଶ୍ର, କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ପୂର୍ବତନ ବ୍ଲକ ଅଧକ୍ଷ ବୀରେନ୍ଦ୍ର କହ୍ନର, ଖେଳ ଶିକ୍ଷକ ତପନ ଚନ୍ଦ୍ର ଧଳ, ରାକେଶ ବିଶୋଇ, ଶିକ୍ଷକ ସୁନିତା ଡିଗାଲ, ସନ୍ତୋଷ କୁମାର ମିଶ୍ର, ପାର୍ଥ ସାରତି ମଲ୍ଲିକ, ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର, ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ।
ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ ବ୍ଲକର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏବଂ ଯୁବକ ସଙ୍ଘର ସଭ୍ୟ ସଭ୍ୟା, ନେହରୁ ଯୁବ କେନ୍ଦ୍ରର ସ୍ଵେଚ୍ଛାସେବୀ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଦିବସରେ ଯୋଗ ଉପରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ପ୍ରଥମ ପ୍ରବୀଣ କୁମାର କହ୍ନର ସତ୍ୟସାଇ ହାଇସ୍କୁଲ, ଦ୍ଵିତୀୟ ଶିବ ପ୍ରସାଦ ପଣ୍ଡା ଏ ଜେ ଓ ହାଇସ୍କୁଲ ଏବଂ ତୃତୀୟ ଚିକୁନୁ ନାୟକ ସତ୍ୟସାଇ ହାଇସ୍କୁଲ ହୋଇ ଥିଲେ। ବିଜୟୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି, ପ୍ରମାଣ ପତ୍ର ଦେଇ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୂକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀଙ୍କୁ ଅବଗତ କରିଥିଲେ। ଯୋଗକାର୍ଯ୍ୟକୁ ଯୋଗ ଗୁରୁ ଭାବରେ ପ୍ରଶାନ୍ତ ଦାଶ ଯୋଗଦେଇ ଛାତ୍ରଛାତ୍ରୀ ଓ ଯୁବ ଭାଇ ଓ ଭଉଣୀ ମାନଙ୍କୁ ଯୋଗ ତାଲିମ ପ୍ରଦାନ କରିଥିଲେ।
ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ରଛାତ୍ରୀ, ଯୁବକ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ସୋନାଲି ଡିଗାଲ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।