
ଗଞ୍ଜାମ,ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଗିରିରୋଡ ଛକ ଠାରେ ଗତ ଦୁଇ ଦିନ ତଳେ ଏକ ୧୩ ବର୍ଷର ବାଳକ ନିଖୋଜ ଥିବା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ଅନୁସନ୍ଧାନ ଜାରୀ ରଖିଥିଲା । ଅନ୍ୟପକ୍ଷରେ ବ୍ରହ୍ମପୁର ଚାଇଲ୍ଡ ଲାଇନ ଗତକାଲି ରାତିରେ ବ୍ରହ୍ମପୁର ରେଳ ଷ୍ଟେସନରୁ ବାଳକକୁ ଉଦ୍ଧାର କରି ଥାନାକୁ ଜଣାଇଥିଲେ । ଏହାପରେ ପୋଲିସ ପକ୍ଷରୁ ନିଖୋଜ ବାଳକର ପିତାମାତାଙ୍କୁ ଡକାଇ ଚାଇଲ୍ଡ ଲାଇନ୍ କର୍ମକର୍ତାଙ୍କ ଉପସ୍ଥିତିରେ ବାଳକକୁ ହସ୍ତାନ୍ତର କରିଥିଲେ ।