
ରାଉରକେଲା,ରାଉରକେଲା ସହରର ଆମବାଗାନ ନିକଟ ଭଂଜଭବନରେ ଏକ ମେଳାରେ ଷ୍ଟାଣ୍ଡ କରିଥିବା ନାବାଳକ ପିଲା ମାନେ ସେଠାରେ ଗାଡି ରଖିଥିବା ସାଧା ପୋଷାକରେ ଥିବା ପୁଲିସି ଅଫିସର ରଶ୍ମିତା ପଟେଲଙ୍କୁ ୧୦ ଟଙ୍କା ମାଗିବାରୁ ସେ ରାଗି ଯାଇ ନିଜ ପୁଲିସି ପଣିଆ ଦେଖାଇ ନିଜ ପୁଲିସି ସ୍ଵାମୀଙ୍କୁ ଲଗାଇ ନିକଟସ୍ଥ ଥାନାରେ ଏହି ପିଲା ମାନଙ୍କୁ ରାତିସାରା ଆଟକ ରଖିବା ଓ ସେହି ନାବାଳକ ମାନଙ୍କ ନାମରେ ମିଥ୍ୟା ମାମଲା କରାଜିବା, ବିବାଦୀୟ ମହିଳା ପୁଲିସି ଅଧିକାରୀ ରଶ୍ମିତା ପଟେଲଙ୍କୁ କେନ୍ଦୁଝର ବଦଳି କରାଯାଇଛି। ଏହା ପ୍ରଶାସନିକ ଦୃଷ୍ଟି କୋଣରୁ କରାଯାଇଥିବା ଜଣାପଡିଛି । ପୁଲିସି ବିଭାଗରେ ଅନେକ ଭଲ ଅଫିସର ରହିଛନ୍ତି, ଯେଉଁ ମାନଙ୍କ କାମଲାଗି ଓଡିଶା ପୁଲିସି ଅନେକ ସମୟରେ ଗୌରବ ଅର୍ଜନ କରିଥାଏ, ମାତ୍ର ଏହି ମହିଳା ପୁଲିସି ଅଫିସରଙ୍କ ଦ୍ଵାରା ବର୍ଷେ ତଳେ ଛେଣ୍ଡ ଥାନାରେ ଜଣେ ବିଧବା ମହିଳାଙ୍କୁ ନ୍ୟାୟ ନଦେବାରୁ ତାଙ୍କର ସବୁ କିଛି ତାଙ୍କ ଶ୍ଵଶୁରଘର ଲୋକେ ଓ ଜଣେ ଗାଡି ଚାଳକ ଲୁଟିନେଲେ। ସେହି କଥାକୁ ନେଇ ତାଙ୍କ ଭାଇ ଥାନାକୁ ଗଲେ ,ହେଲେ ଏହି ଅଫିସର ଜଣକ କହିଲେ କରୋନା ସମୟ ଆମେ ଯାଇପାରିବୁନି ,କଥା ଡିଜି ଲେବୁଲକୁ ଗଲା ,ଏଚଆରପିସି ଏଡିଜି ତଦନ୍ତ ଲାଗି ପଠାଇଲେ ହେଲେ ସବୁ କିଛି ଘଂଟ ଘୋଡାଇ ରଖିଦିଆଗଲା। ଫଳରେ ସେ ଅଫିସରଙ୍କର ଦୌରାତ୍ମ୍ୟ ବଢିଲା ଓ ଶେଷରେ ନାବାଳକ ମାନଙ୍କୁ ନିଜ ସ୍ଵାମୀ ମାଧ୍ୟମରେ ଦେଖାଇଲେ ପୁଲିସି ପଣିଆ । ଏହି କଥା ମାନବାଧିକାର କମିଶନ ଜାଣି ଏସପିଙ୍କୁ ଜଣାଇବା, ଚାଇଲ୍ଡଲାଇନ ତଦନ୍ତ କରି ପିଲାଙ୍କ କଥାରେ ସତ୍ୟତା ଥିବା ଜଣାଇବାର ଏକ ମାସ ପରେ ସେକ୍ଟର ୭ ଥାନା ଅଧିକାରୀଙ୍କୁ ବଦଳି କରାଯାଇ ତଦନ୍ତ କରୁଥିବା ଏସଆଇଙ୍କୁ ନିଲମ୍ବିତ କରାଯାଇଥିଲା । ହେଲେ ମାମଲାର ମୁଖ୍ୟ ନାୟିକା ରଶ୍ମିତା ଓ ତାଙ୍କ ସ୍ଵାମୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା, ପିଲାଙ୍କ ଏତଲାକୁ ନିଆନଜିବା ନେଇ ପ୍ରଶ୍ନ ଉଠିଥିଲା, ହେଲେ ସରକାରୀ ସେବାରେ ବିଳମ୍ବ ହୁଏ କିନ୍ତୁ ତା ଉପରେ କାର୍ଯ୍ୟାନୁଷ୍ଠାନ ହେବା ସଦୃଶ ସଂପୃକ୍ତ ମହିଳା ଅଧିକାରୀଙ୍କୁ ଜିଲ୍ଲା ପାର ବଦଳି କରାଯାଇଛି । ଏଭଳି ଅଫିସର ମାନଙ୍କ ଲାଗି ସତରେ ଆଜି ଓଡିଶା ପୁଲିସିର ନାମ ବଦନାମ ହେବା ସହ ୫ଟି ଭଳି ଗୁରୁତ୍ଵପୁର୍ଣ ବିଭାଗ ଉପରେ ଲୋକେ ପ୍ରଶ୍ନ କରୁଛନ୍ତି । ତେବେ ଏହି ମାମଲାରେ ନାବାଳକ ମାନେ ଦେଇଥିବା ଏତଲାକୁ କେବେ ଗ୍ରହଣ କରାଜିବ ଓ ମହିଳା ପୁଲିସିଙ୍କ ସ୍ଵାମୀ ଘଟଣାସ୍ଥଳରେ ପହଁଚି ସେକ୍ଟର-୭ ପୁଲିସିକୁ ପ୍ରଭାବିତ କରି ସେମାନଙ୍କୁ ବେଆଇନ କାମ କରାଇବା ଲାଗି ପରୋକ୍ଷରେ ବାଧ୍ୟ କରାଇବା ଭଳି ସଂଗୀନ ଅଭିଯୋଗରେ କେବେ କାର୍ଯ୍ୟାନୁଷ୍ଠାନ ନିଆଜିବ, ଯଦି ମହିଳା ପୁଲିସି ଅଫିସର ଅଭିଯୁକ୍ତ ବୋଲି ତଦନ୍ତରୁ ଜଣାପଡିଛି ତେବେ ତାଙ୍କର ନିଜେ ପିଲା ମାନଙ୍କ ବିରୋଧରେ ଯାହା ଏତଲା ଦେବା କଥା ଦେଇଥାନ୍ତେ କିନ୍ତୁ ସେ ଏତଲା ନଦେଇ ତାଙ୍କ ଲାଗି ଆଉଜଣେ ଅଫିସର ମାମଲା କରିବା ବିଷୟରେ କେବେ ତଦନ୍ତ ହେବ ତାକୁ ଲୋକେ ଅପକ୍ଷା କରିଛନ୍ତି ।