ବଲାଙ୍ଗିର, ଆଜି ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଦ୍ଵିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଫେମିଲି କୋର୍ଟରେ ୮ଟି ପାରିବାରିକ ମାମଲାର ବିଚାର କରାଯାଇଥିଲା । ଏହି ଅବସରରେ ୬ଟି ପାରିବାରିକ ଭରଣପୋଷଣ ମାମଲାର ଫଇସଲା ହୋଇଥଲା । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଦୀର୍ଘ ୨ଠ ବର୍ଷ ଧରି ଚାଲିଥିବା ଏକ ପାରିବାରିକ କଳହ ମାମଲାର ଆଜି ଆପୋଷ ବୁଝାମଣା ମଧ୍ୟରେ ଫଇସଲା ହୋଇଥିଲା । ଗୋଟିଏ ବୈବାହିକ ମାମଲାର ଫଇସଲା ହୋଇଥିବା ବେଳେ ଗୋଟିଏ ଏକ୍ଜ୍ୟୁକେସନ କେସର ଫଇସଲା ହୋଇଥିଲା । ଫେମିଲି କୋର୍ଟର ବିଚାରପତି ବେଣୁଧର ପାତ୍ରଙ୍କ ଉପସ୍ଥିତିରେ ଏହି ୮ଟି ଦମ୍ପତ୍ତି ଆପୋଷ ବୁଝାମଣା ମାଧ୍ୟମରେ କୋର୍ଟ ସମ୍ମୁଖରେ ପୁନଃ ମିଳାମିଶା କରିବା ପାଇଁ ରାଜି ହୋଇଥିଲେ ।
ଫେମିଲ କୋର୍ଟ ର ଏହି ଲୋକ ଅଦାଲତରେ ସିଭିଲ କୋର୍ଟର ପ୍ରିନିସିପାଲ କାଉନସେଲର ରମେଶ ନନ୍ଦ, ପେସ୍କାର ରାଜକୁମାର ଗଡତ୍ୟା, ମୁଖ୍ୟ କିରାଣୀ ଅଶୋକ କୁମାର ସେଠ ଓ ଲୋକିତା ଦାଶଙ୍କ ସମେତ ଏଡ୍ଭୋକେଟ ଡୋଳାମଣୀ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।