ମାଲକାନଗିରି,ମାଲକାନଗିରି ଜିଲ୍ଲା ସଦର ମହକୁମା ପୁରୁଣା ମେଡିକାଲ ଛକ ନିକଟରେ ଥିବା ଦେବନାଥ ବେକେରିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, କୌଣସି ଏକ କାରଣରୁ ଆଜି ସକାଳେ ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା ଆଉ ଏହା ଧୀରେ ଧୀରେ ସମ୍ପୂର୍ଣ ଦୋକାନରେ ମାଡି ଯାଇଥିଲା । ନିଆଁ ଲାଗିବା ସମୟରେ ଦୋକାନରେ ଥିବା ଦୁଇଟି ଗ୍ୟାସ ଟାଙ୍କି, ସ୍କୁଟିରେ ନିଆଁ ଲାଗି ସମ୍ପୂର୍ଣ ନଷ୍ଟ ହେବା ସହ ଦୋକାନରେ ଥିବା ସାମଗ୍ରୀ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି । ତେବେ ତୁରନ୍ତ ଅଗ୍ନିଶମ ବିଭାଗକୁ ଫୋନ କରିବା ଦ୍ଵାରା ଅଗ୍ନିଶମ ବିଭାଗର କର୍ମଚାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
Related Stories
November 27, 2024
November 27, 2024