ସ୍ଥାନୀୟ ତ୍ରିଦେଵ ଭିଲ୍ଲା ଠାରେ ଆଦି ସଂକାରାଚାର୍ଯ୍ୟ ଙ୍କ ଦ୍ଵାରା ଶ୍ରୀବିଗ୍ରହ ମାନଙ୍କ ପୁନଃ ସ୍ଥାପନା ଦିବସ କୁ ସ୍ମରଣ କରି ଶ୍ରୀବିଗ୍ରହ ପୁନଃ ସ୍ଥାପନା ଦିବସ ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥଧାମ ଶାଖା ତରଫରୁ ଶାଖା ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର ଙ୍କ ସଭାପତିତ୍ୱ ରେ ପାଳିତ ହୋଇଯାଇଛି।
ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଐତିହ୍ୟ ବିଶାରଦ ତଥା ଓଡିଶା ସାହିତ୍ୟ ଏକାଡେମୀ ର ପୂର୍ବତନ ସଦସ୍ୟ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ଯୋଗ ଦେଇ ଶ୍ରୀ ମନ୍ଦିର ଉପରେ ୧୮ ଥର ଆକ୍ରମଣ ର ଘଟଣାକ୍ରମ,ଶ୍ରୀବିଗ୍ରହ ମାନଙ୍କ ପୁରୀରୁ ସ୍ଥାନାନ୍ତରଣ ,ଶ୍ରୀ ବିଗ୍ରହ ମାନଙ୍କ ୧୪୪ ବର୍ଷ ଧରି ପାତାଳି ହେବା,ସୁଦୂର ସୋନ ପୁର ଅଞ୍ଚଳ ରୁ ଆଦି ଶଙ୍କରାଚାର୍ଯ୍ୟ ଙ୍କ ଦ୍ଵାରା ଶ୍ରୀ ବିଗ୍ରହ ମାନଙ୍କୁ ଠାବ କରି ଶ୍ରୀ ମନ୍ଦିର କୁ ଆଣି ସ୍ଥାପନା,ଶ୍ରୀବିଗ୍ରହ ମାନଙ୍କୁ ଦର୍ଶନ କରିବାର ପଦ୍ଧତ୍ତି,ତଥା ଶ୍ରୀ ମନ୍ଦିର ଏବଂ ଶ୍ରୀ ବିଗ୍ରହ ଙ୍କ ସମ୍ପର୍କରେ ବହୁ ଐତିହାସିକ ତଥ୍ୟ,ଧାର୍ମିକ ମତବାଦ ତଥା ପ୍ରାମାଣିକ ତତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।ଭାରତ ବିକାଶ ପରିଷଦର ପୂର୍ବ କ୍ଷେତ୍ର ମହାସଚିବ ପୂର୍ଣ ଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ ଭାରତୀୟ ସଂସ୍କୃତି ସମ୍ବଧରେ ବର୍ତ୍ତମାନ ର ପିଢ଼ି କୁ ସଚେତନ କରିବା ପାଇଁ ଭାରତ ବିକାଶ ପରିଷଦ ର ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଦୁଇଜଣ ଛାତ୍ରୀ ଅନ୍ନପୂର୍ଣ୍ଣା ରଥ ଏବଂ ଦିବ୍ୟାନ୍ସି ମହାପାତ୍ର ଯୋଗ ଦେଇ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ଶ୍ରୀବିଗ୍ରହ ମାନଙ୍କ ପୁନଃ ସ୍ଥାପନା ଏବଂ ଆଦି ଶଙ୍କରାଚାର୍ଯ୍ୟ ଙ୍କ ଜୀବନୀ ସଂପର୍କ ରେ ଆଲୋକପାତ କରିଥିଲେ।
ଭାରତ ବିକାଶ ପରିଷଦ ,ଶ୍ରୀଜଗନ୍ନାଥଧାମ ଶାଖା ସମ୍ପାଦକ ସୌମେନ୍ଦ୍ର ଦାସ ସଭା ସଂଯୋଜନା କରିଥିଲେ। ଆବାହକ ଶରତ ଜୟସିଂହ ପ୍ରାରମ୍ଭରେ ଅତିଥି ପରିଚୟ ଦେବା ସହ ଶ୍ରୀ ବିଗ୍ରହ ପୁନଃ ସ୍ଥାପନା ଦିବସ ପାଳନ ର ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ କ୍ଷେତ୍ରୀୟ ଏବଂ ପ୍ରାନ୍ତୀୟ ସ୍ଥରରେ ନୂତନ ଦାୟିତ୍ୱ ପାଇଥିବା ପୂର୍ବ କ୍ଷେତ୍ର କ୍ଷେତ୍ରୀୟ ଯୁଗ୍ମ ମହାସଚିବ ( ଓଡିଶା ପୂର୍ବ,ପଶ୍ଚିମ ଏବଂ ପଶ୍ଚିମବଙ୍ଗ ପ୍ରାନ୍ତ) ଶୁଭାଶିଷ କର,କ୍ଷେତ୍ରୀୟ ମହିଳା ଏବଂ ବାଲ ବିକାଶ ସଚିବ ( ଓଡିଶା ପୂର୍ବ,ପଶ୍ଚିମ ପ୍ରାନ୍ତ) ଶ୍ରୀମତୀ ସୁପ୍ରିତି ରଥ ଏବଂ ଓଡିଶା ପୂର୍ବ ପ୍ରାନ୍ତ ର ସଂଗଠନ ସଚିବ ଶ୍ରୀ ରାମଚନ୍ଦ୍ର ଦଳାଇ ଙ୍କୁ ଶ୍ରୀଜଗନ୍ନାଥ ଧାମ ଶାଖା ତରଫରୁ ଉପଢୌକନ ଏବଂ ଶ୍ରଦ୍ଧା ସ୍ମାରକୀ ଦେଇ ଅଭିନନ୍ଦନ ଜଣାଯାଇଥିଲା।ସନ୍ତୋଷ କୁମାର ମହାନ୍ତି,ନିମେଇ ଚରଣ ସାହୁ,ଗୌରାଙ୍ଗ ଚନ୍ଦ୍ର ମିଶ୍ର, ଉର୍ମିଳା ସ୍ୱାଇଁ, ମୀରା ମହାରଣା,ମମତା ପାତ୍ର,ଗୀତାଞ୍ଜଳି ସାମନ୍ତରାୟ,ଲାଲା ଅନନ୍ତ ନାରାୟଣ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସମ୍ପର୍କ ସଚିବ ବୁଧଦେଵ ମହାପାତ୍ର ଶେଷ ରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ସାମୁହିକ ବଂଦେମାତରଂ ଏବଂ ଶେଷ ରେ ସାମୁହିକ ରାଷ୍ଟ୍ରଗାନ ଗାନ କରାଯାଇଥିଲା।
Related Stories
November 23, 2024