
ପୁରୀ, ପୁରୀ ଶ୍ରୀମନ୍ଦିରରେ ପହଂଚିଛନ୍ତି ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ସୁପରିଟେଣ୍ଡେଂଟ ଅରୁଣ ମଲ୍ଲିକ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ । ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ବେଆଇନ ନିର୍ମାଣ ସମ୍ପର୍କରେ ହାଇକୋର୍ଟରେ ଏଏସଆଇର ସତ୍ୟପାଠ ଦାଖଲ ପରେ ସୁପରିଟେଣ୍ଡେଂଟଙ୍କ ଆଜି ଏହା ପ୍ରଥମ ଗସ୍ତ । ଗସ୍ତ କାଳରେ ଏଏସଆଇ ବୈଠକରେ ଯୋଗଦେବେ ସୁପରିଟେଣ୍ଡେଂଟ ଅରୁଣ ମଲ୍ଲିକ । ଏହି ବୈଠକରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟ ଅନୁଧ୍ୟାନ କରିବାର ସମ୍ଭାବନା ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଏଏସଆଇ ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ କୌଣସି ନିର୍ମାଣ ପାଇଁ ଅନୁମତି ଦେଇନଥିବା ଦର୍ଶାଇଥିଲେ ।