ବଲାଙ୍ଗିର, ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଝୁଲୁଛି ତାଲା। ସୂଚନା ମୁତାବକ, ସ୍କୁଲ୍ ର ୧୬ ଡିସିମିଲ୍ ଜମି ସେହି ଗ୍ରାମର କୁଲୁଥୁ ସଗଡିଆଙ୍କ ନାମରେ ଅଛି, କିନ୍ତୁ ସେ ୨୦୧୧ ରେ ବିଦ୍ୟାଳୟ ତିଆରି କରିବା ପାଇଁ ଦାନ ଦେଇଥିଲେ। ଏବଂ ତାର ବଦଳରେ ତାଙ୍କ ପରିବାରରୁ ସ୍କୁଲ ଏବଂ ୧୫୦୦୦ ଟଙ୍କା ଗ୍ରାମର ସମସ୍ତଙ୍କ ଉପସ୍ଥିତିରେ ଦିଆଯାଇଥିଲା । ହେଲେ, ଦୀର୍ଘ ୧୧ ବର୍ଷ ପରେ ସ୍କୁଲକୁ ଯାଇ କୁଲୁଥୁ ସଗଡିଆଙ୍କ ତିନି ପୁଅ ମନନିଧି ସଗଡିଆ, ମଦନ ସଗଡିଆ ଏବଂ ଗଙ୍ଗା ସଗଡିଆ ସରକାରୀ ସ୍କୁଲରେ ତାଲା ପକେଇଥିଲେ। ଫଳରେ ଛାତ୍ରଛାତ୍ରୀ ମାନେ ରାସ୍ତାରେ ପାଠ ପଢୁଥିବା ଦେଖିବାକୁ ମିଳିଛି।ଏହାକୁ ନେଇ ଶିକ୍ଷକ ଏବଂ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଯିଏ ତାଲା ପକେଇଛି ତାଙ୍କ ପାଖରେ ପହଞ୍ଚିଥିଲେ ଆମର ପ୍ରତିନିଧି ଏବଂ ତାଙ୍କ କହିବା ଅନୁସାରେ, ବିଦ୍ୟାଳୟକୁ ଲାଗି ଏକ ପାଚେରି କାମ ଚାଲିଛି କିନ୍ତୁ ତାଙ୍କୁ ସେ କାମ ନଦେଇ ଅନ୍ୟମାନେ କରୁଥିବାରୁ ଆମେ ତାଲା ପକେଇଛୁ ବୋଲି କହିଥିଲେ।ଏଠାରେ ପ୍ରଶ୍ନ ଉଠୁଛି ଯେ ନିଜ ନିଜର ସ୍ଵାର୍ଥ ପାଇଁ ସରକାରୀ ଶିକ୍ଷା ଅନୁଷ୍ଠାନକୁ ବନ୍ଦ କରି ପିଲା ମାନଙ୍କ ପାଠପଠାକୁ ବାଧା ପହଞ୍ଚେଇବା କେତେ ଦୂର ଠିକ୍ ? ଏଥିପ୍ରତି ପ୍ରଶାସନ ଉଚିତ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।