ଭୁବନେଶ୍ୱର – ରାଜ୍ୟର କୃଷକମାନଙ୍କ ଆୟକୁ ବହୁଗୁଣିତ କରିବା ଦିଗରେ ରାଜ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଇଥିବାବେଳେ ସେମାନଙ୍କର ଉପôାଦିତ ଦ୍ରବ୍ୟର ଯେପରି ଉଚିତ ମୂଲ୍ୟ ପାଇପାରିବେ ସେଥିନିମନ୍ତେ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦକୁ ଅଧିକ କି୍ରୟାଶୀଳ କରାଯିବ । ରାଜ୍ୟର ସମସ୍ତ ନିୟନ୍ତ୍ରଣ ବଜାର କମିଟିଗୁଡ଼ିକ ଇ-ନାମ୍ ଜରିଆରେ ସର୍ବଭାରତୀୟ ବଜାର ସହିତ ସଂଯୁକ୍ତ କରାଯିବ । ଏହାଦ୍ୱାରା ରାଜ୍ୟର ଚାଷୀଭାଇମାନେ ସର୍ବଭାରତୀୟ ବଜାରରେ ସେମାନଙ୍କର ଉପôାଦିତ ଦ୍ରବ୍ୟ ବିକି୍ର କରିବାର ସୁବିଧା ପାଇବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦର ବୋଡର଼୍ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ କୃଷି ଓ କୃଷକର ସାମୂହିକ ବିକାଶ ପାଇଁ ସମବାୟ ବିଭାଗ ଅନ୍ତର୍ଭୁକ୍ତ ସମସ୍ତ ଅନୁÂାନଗୁଡ଼ିକରେ ୫ ଟି’କୁ କଡ଼ାକଡ଼ି ଭାବରେ ଲାଗୁ କରାଯାଉଛି । ନିୟନ୍ତ୍ରିତ ବଜାର କମିଟିଗୁଡ଼ିକ ଅଧିକ ଦକ୍ଷ ଓ ପେଶାଦାର ଢଙ୍ଗରେ କାର୍ଯ୍ୟ କରିବା ପାଇଁ ଉନ୍ନତ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରାଯାଇ ସମସ୍ତ କାର୍ଯ୍ୟଗୁଡ଼ିକ ଧାର୍ଯ୍ୟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି ।
ସୂଚନାଯୋଗ୍ୟ ଯେ କୃଷିଜାତ ଦ୍ରବ୍ୟର ବିପଣନ ସହିତ ରାଜ୍ୟ କୃଷି ବିପଣନ ପରିଷଦ ଓ ନିୟନ୍ତ୍ରିତ ବଜାର କମିଟିକୁ ଅଧିକ ଦକ୍ଷ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଦିର ସଫଳ ପ୍ରୟୋଗ ନିମନ୍ତେ ସମବାୟ ବିଭାଗ ପକ୍ଷରୁ ବୈଷୟିକ ଜ୍ଞାନ ସମ୍ବନ୍ଧିତ ପରାମର୍ଶ ନିମନ୍ତେ ସଂସ୍ଥା, ପ୍ରାଇସ୍ ୱାଟର ହାଉସ୍ କୁପର ସଂସ୍ଥାକୁ ନିୟୋଜିତ କରାଯାଇଛି । ଏହାଦ୍ୱାରା ରାଜ୍ୟର କୃଷକମାନେ କୃଷି ବିପଣନ କ୍ଷେତ୍ରରେ ସଦ୍ୟତମ ସୁବିଧା ଓ ସୁଯୋଗ ପାଇବେ । ସୂଚନାଯୋଗ୍ୟ ଯେ ବର୍ତମାନ ସୁଦ୍ଧା ରାଜ୍ୟର ୬୬ଟି ନିୟନ୍ତ୍ରିତ ବଜାର କମିଟି ମଧ୍ୟରୁ ୧୦ଟି ନିୟନ୍ତ୍ରିତ ବଜାର କମିଟି ଇ-ନାମ୍ ପ୍ଲାଟଫର୍ମରେ କାର୍ଯ୍ୟକ୍ଷମ କରାଯାଇଛି । ଅଧିକ ୩୧ ନିୟନ୍ତ୍ରିତ ବଜାର କମିଟିକୁ ଇ-ନାମ ସହିତ ସଂଯୁକ୍ତ କରିବା ନିମନ୍ତେ ଭାରତ ସରକାର ଅନୁମୋଦନ କରିଛନ୍ତି । ଏହି ମଣ୍ଡିଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ କରିବା ସହିତ ସର୍ବଭାରତୀୟ ସ୍ତରରେ ଓଡ଼ିଶାର କୃଷିଜାତ ଦ୍ରବ୍ୟର ବିକି୍ରବଟାକୁ ବୃଦ୍ଧି କରିବା ନିମନ୍ତେ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଖ୍ୟାତନାମା ସଂସ୍ଥାଗୁଡ଼ିକ ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ ଓ କର୍ମଚାରୀମାନଙ୍କୁ ନିୟମିତ ଭାବରେ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କର ଦକ୍ଷତା ବୃଦ୍ଧି କରାଯିବ । ଏଥିସହିତ ନିୟନ୍ତ୍ରିତ ବଜାର କମିଟିଗୁଡ଼ିକର ନିୟମିତ ନିର୍ବାଚନ ଅନୁÂିତ କରାଇବା ଓ କର୍ମଚାରୀ ଓ ଅଧିକାରୀମାନଙ୍କ ନିମନ୍ତେ ଅନ୍ୟ ରାଜ୍ୟର ବିପଣନ ବ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ବାହାର ରାଜ୍ୟକୁ ପଠାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସମସ୍ତ ନିୟନ୍ତ୍ରିତ ବଜାର କମିଟିଗୁଡ଼ିକ ନିର୍ଦ୍ଧାରିତ ତାରିଖ ମଧ୍ୟରେ ସେମାନଙ୍କର ବୋଡର଼୍ ଦ୍ୱାରା ସେମାନଙ୍କର ବାର୍ଷିକ ବଜେଟ୍ ଅନୁମୋଦନ କରାଇନେବା ପାଇଁ ବୈଠକରେ କମିଶନର ତଥା ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ପରାମର୍ଶ ଦେଇଥିଲେ ।
ଏଥିସହିତ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ନିୟନ୍ତ୍ରିତ ବଜାର କମିଟିଗୁଡ଼ିକର ସୀମା ନିର୍ଦ୍ଧାରଣ କରାଯିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦର ପରାମର୍ଶଦାତା ଶ୍ରୀ ରାମଚନ୍ଦ୍ର ପଣ୍ଡା, ପରିଷଦର ସଦସ୍ୟ ସଚିବ ଡ. ଏମ୍. ମୁଥୁକୁମାର ଏବଂ ପରିଷଦର ସଭ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ ।